ମାଟି ଅତଡା ଧସି ନାବାଳକ ମୃତ

0

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ସଡଙ୍ଗି ଗାଁର ମଦନ ହୋଙ୍କ ୧୪ ବର୍ଷୀୟ ପୁଅ ବନମାଳୀ ହୋ ବୁଧବାର ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ।

ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବା ବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସି ଯାଇଥିଲା । ଫଳରେ ତଳେ ଥିବା ବନମାଳୀଙ୍କ ଉପରେ ମାଟି ପଡିଯିବାରୁ ସେ ମାଟି ତଳେ ଚାପି ହୋଇଯାଇଥିଲେ ।  ସ୍ଥାନୀୟଲୋକେ ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.