ମାତିଛନ୍ତି ୨୬ ଟିକିଆ ହାତୀପଲ

0

ପାଟଣା, : କେନ୍ଦୁଝର ଜିଲ୍ଲା  ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅଞ୍ଚଳରେ ଥମିବାର ନା ନେଉ ନାହିଁ ହାତୀପଲଙ୍କ ଉପଦ୍ରବ ।୭ ଦିନ ହେଲାଣି ପାଟଣା ରେଞ୍ଜରେ ମାତିଛନ୍ତି ୨୬ ଟିକିଆ ହାତୀପଲ । ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଗୋଜାପଥର,ଖଡ଼ିବେଡା ଜୟପୁର,କୁଦାବେଡା,ଡାଳପକା କେନ୍ଦୁଯୋଡ଼ା ଗାଁରେ ପଶି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିବା ସହ ବୋଇତାଳୁ ଚାଷ ମଧ୍ୟ ନଷ୍ଟ କରିଛନ୍ତି।

ଏଥି ସହ ଖଡିବେଡା ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗି ଦେଇଛନ୍ତି। ଗ୍ରାମର ବେହେରା ମୁଣ୍ଡା ଓ  ବାଇଧର ମୁଣ୍ଡା ଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଓ ଚାଉଳ ନେଇ ଖାଇ ନଷ୍ଟ କରିଦେଇଛନ୍ତି ହାତୀପଲ।ସେହିପରି ଗୋଜାପଥର ଗ୍ରାମର ମାଙ୍ଗୁ ମୁଣ୍ଡାଙ୍କ ଘର ମଧ୍ୟ ହାତୀପଲ ଭାଙ୍ଗିଛନ୍ତି ।

ଏବେ ୭ ଦିନ ହେବ ହାତୀପଲ ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏବେ ହାତୀପଲ କେନ୍ଦୁଝର ମୟୁରଭଞ୍ଜ ସୀମା ଟାଇଁସିରି ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.