ମାତ୍ର ୯୯୮ ଟଙ୍କାରେ କରିପାରିବେ ବିମାନ ଯାତ୍ରା

0

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ବିମାନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଇଣ୍ଡିଗୋ ଏୟାରଲାଇନ୍ସ ଗ୍ରାହକଙ୍କ ପାଇଁ ଶସ୍ତା ବିମାନ ଯାତ୍ରା ସୁଯୋଗ ଆଣିଛି। ଇଣ୍ଡିଗୋ ମନସୂନ ସେଲରେ ଆପଣ ମାତ୍ର ୯୯୮ ଟଙ୍କାରେ ବିମାନ ଯାତ୍ରା କରିପାରିବେ। ଏହି ଅଫର ୨୫ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୈଧ। ଅର୍ଥାତ ଆପଣଙ୍କର ଟିକେଟ ବୁକ୍ କରିବାକୁ ଆପଣଙ୍କ ପାଖରେ ଆଜି ଓ ଆସନ୍ତାକାଲିର ଦିନ ଅଛି। ଏହି ଅଫରରେ ଆପଣ ଅଗଷ୍ଟ ୧ ରୁ ୨୦୨୨ ମାର୍ଚ୍ଚ ୨୬ ଯାଏଁ ଟିକେଟ୍ ବୁକ୍ କରିପାରିବେ।

ଇଣ୍ଡିଗୋ ଟ୍ୱିଟ କରି ଏହି ଅଫର ବିଷୟରେ ସୂଚନା ଦେଇଛି। ଏୟାରଲାଇନ୍ସ ଟ୍ୱିଟରେ ଲେଖିଛି ଯେ ‘ବ୍ୟାଗ୍ ପ୍ୟାକ୍ କରନ୍ତୁ ଏବଂ ମନସୂନ ସେଲରେ ସାମିଲ ହୁଅନ୍ତୁ ! ଏବେ ହିଁ ନିଜ ନିଜର ଟିକେଟ୍ ବୁକ୍ କରନ୍ତୁ …. ଏହି ଅଫର୍ କେବଳ ଜୁନ୍ ୩୦, ୨୩:୫୯ ସମୟ ଯାଏଁ ବୈଧ। ଏହି ଅଫର ବିଷୟରେ ଅଧିକ ସୂଚନା ପାଇଁ ଇଣ୍ଡିଗୋ ସାଇଟକୁ ଯାଆନ୍ତୁ।

Leave A Reply

Your email address will not be published.