କଟକ : ମାଟ୍ରିକ୍ ଅଫଲାଇନ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ ସୃଷ୍ଟି ହୋଇଛି । କଟକ ବୋର୍ଡ ହାଇସ୍କୁଲରେ ମଙ୍ଗଳବାର ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦେଇଦିଆଗଲା । ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଛି । ତେବେ ତ୍ରୁଟି ସଂଶୋଧନ ଲାଗି ତୁରନ୍ତ ପଦକ୍ଷେପ ନେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । କିନ୍ତୁ ଏ ପ୍ରସଙ୍ଗରେ ଆଜି କିଛି ସମୟ ଲାଗି ପରୀକ୍ଷା କେନ୍ଦ୍ରରେ ଖୁବ୍ ହୋ ହାଲ୍ଲା ହୋଇଥିଲା । ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଚାଲିଥିଲା ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । କିନ୍ତୁ ପରୀକ୍ଷା ପରିଚାଳନାକୁ ନେଇ କିଛିଟା ବିଭ୍ରାଟ ହୋଇଥିବାର ଖବର ସାମ୍ନାକୁ ଆସିଲା । ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦେଇଦିଆ ଯାଇଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଛି । ଯାହାକୁ ନେଇ କିଛି ସମୟ ପାଇଁ ପରୀକ୍ଷା କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍ ଭିତରେ ତ୍ରୁଟି ଧରାପଡ଼ିଯିବା ପରେ କେନ୍ଦ୍ର ପରିଚାଳକ ତୁରନ୍ତ ପଦକ୍ଷେପ ନେଇଥିଲେ। ପ୍ରଶ୍ନପତ୍ରଗୁଡିକୁ ଅଦଳ ବଦଳ କରାଯିବା ସହିତ ସବୁ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇଥିଲା ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି । କିନ୍ତୁ ଏଭଳି ବିଭ୍ରାଟକୁ ନେଇ ଅଭିଭାବକମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ନିଜର ଆପତ୍ତି ଜଣାଇଛନ୍ତି । କଟକ କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଚଳିତ ବର୍ଷ ୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ଆଜି ହୋଇଥିବା ବ୍ୟତିକ୍ରମର କିଛି ସମୟ ଭିତରେ ସମାଧାନ ହୋଇପାରିଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା