ମାଟ୍ରିକ୍ ପରୀକ୍ଷାରୁ ବାଦ୍ ପଡିଲେ ୩ ଛାତ୍ର

0

କଳାହାଣ୍ଡି : ଆଡମିଟ୍ କାର୍ଡ ପାଇବାରୁ ବାଦ୍ ପଡିଥିବା ୩ ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଧର୍ମଗଡ ପର୍ଲା ଏ.ପି. ଦାସ ନୋଡାଲ ସ୍କୁଲ୍ କର୍ତ୍ତୃପକ୍ଷ ୩ ଛାତ୍ରଙ୍କ ଫର୍ମ ପୂରଣ ପାଇଁ ସର୍ଭର ସ୍ଲୋ କାରଣ ଦର୍ଶାଇ ଫର୍ମ ଫିଲଅପ୍ ହୋଇପାରି ନଥିବା ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଫର୍ମ ପୂରଣ ତାରିଖ ୩ରୁ ୧୫ ଯାଏଁ ରହିଥିବା ବେଳେ ସର୍ଭର ସବୁ ଦିନ କ’ଣ ସ୍ଲୋ ଥିଲା ବୋଲି ଅଭିଭାବକ ଅଭିଯୋଗ ଆଣିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୩ ଛାତ୍ର ପରୀକ୍ଷା ଦେବାରୁ ବାଦ୍ ପଡିଛନ୍ତି ।

Leave A Reply

Your email address will not be published.