ମେ ୨ ପରେ ଦିଦି ବି ଜୟ ଶ୍ରୀରାମ କହିବେ-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

0

କୋଲକାତା : ପଶ୍ଚିମବଙ୍ଗରେ ଏପ୍ରିଲ ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ରାଜ୍ୟର ଅଲିପୁରଦ୍ୱାରରେ ରୋଡ୍‌ ସୋ’ କରିଛନ୍ତି । ତାଙ୍କ ରୋଡ୍‌ ସୋ’ରେ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ନଜର ଆସିଥିଲେ । ସେଠାରେ ସେ ତୃଣମୂଳ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ । ଏହା ସହ ବିଜେପିର ବିକାଶମୂଳକ ରାଜନୀତି ସଂପର୍କରେ ପ୍ରକାଶ କରିଥିଲେ । ଅନ୍ୟପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ହୁଗୁଳି ଜିଲ୍ଲା ବୈଦ୍ୟବାଟି ଡିଏସ୍‌ ପାର୍କ ପଡ଼ିଆରେ ଏକ ନିର୍ବାଚନୀ ର‌୍ୟାଲି କରିଛନ୍ତି। ସେଠାରେ ସେ ସ୍ଥାନୀୟ ପ୍ରାର୍ଥୀ ଦିଲ୍ଲୀପ ସିଂହଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ।

ସେ କହିଛନ୍ତି, ଆମର କୌଣସି କାମ ରାମଙ୍କ ବିନା ହୁଏନାହିଁ । ମମତା ଦିଦି କହୁଛନ୍ତି ତାଙ୍କୁ ଜୟ ଶ୍ରୀରାମ ଶୁଣିବା ପସନ୍ଦ ନୁହେଁ । ହେଲେ ନିର୍ବାଚନ ଯୋଗୁ ଦିଦି ଚଣ୍ଡିପାଠ କରିବାକୁ ବାଧ୍ୟ ହୋଇଛନ୍ତି । ମେ ୨ରେ ନିର୍ବାଚନ ଫଳାଫଳ ଆସିବା ପରେ ସେ ମଧ୍ୟ ଜୟ ଶ୍ରୀରାମ କହିବା ଆରମ୍ଭ କରିବେ । ଭୋଟ ବ୍ୟାଙ୍କ୍‌ ପାଇଁ ଦିଦି ମା’ ଦୁର୍ଗାଙ୍କ ପୂଜା ଉପରେ ରୋକ ଲଗାଇବାକୁ ଉଦ୍ୟମ କଲେ । ମା’ ସରସ୍ୱତୀ ଓ ମା’ ଲକ୍ଷ୍ମୀଙ୍କର ପୂଜାକୁ ରୋକି ମମତା କାହାକୁ ଖୁସି କରିବାକୁ ଚାହୁଁଛନ୍ତି? ଟିଏମ୍‌ସିକୁ ରାଜ୍ୟରେ ଆମର ଆସ୍ଥା ସହ ଖେଳିବାକୁ ଦିଆଯିବନାହିଁ ।

ସେହିପରି ରାଜ୍ୟରେ ବିଜେପି ସରକାର ଗଠନ କଲେ କେଜିରୁ ଆରମ୍ଭ କରି ପିଜି ଯାଏ ଝିଅଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ମହିଳାଙ୍କ ପାଇଁ ପରିବହନକୁ ମାଗଣା କରାଯିବ । ୟୁପି ଭଳି ଆଣ୍ଟି ରୋମିଓ ସ୍କ୍ୱାଡ୍‌ ଗଠନ କରି ଟିଏମ୍‌ସିର ରୋମିଓଙ୍କୁ ଜେଲ୍‌କୁ ପଠାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ ।

Leave A Reply

Your email address will not be published.