ମେଡିକାଲରେ ଯୁବକଙ୍କ ମୃତ୍ୟୁ

0

ସୋର : ଭୋଜି କରିବାକୁ ଯାଇ ଆଉ ଫେରିଲେନି ଯୁବକ । ମେଡିକାଲରେ ମୃତ୍ୟୁ ହୋଇଥିବା ମିଳିଲା ଖବର । ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ । ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳର ଅନିରୁଦ୍ଧ ପଣ୍ଡାଙ୍କ ୨୨ ବର୍ଷର ପୁଅ ଜଗଜିତ ଗତ ୩୧ ତାରିଖ ଦିନ ତେଲିଆଗଞ୍ଜ ଅଞ୍ଚଳରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ସାଙ୍ଗମାନେ ତାଙ୍କ ଘରକୁ ଆସି ଜଗଜିତକୁ ଡାକିନେଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ରାତିରେ ଜଗଜିତ ମେଡିକାଲରେ ଅଛି ବୋଲି ପରିବାର ଲୋକେ ଖବରପାଇଥିଲେ । ମେଡିକାଲ ଯାଇ ଜଗଜିତର ମୃତ୍ୟୁ ହୋଇଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ। ଏସମ୍ପର୍କରେ ଜଗଜିତଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଜଗଜିତଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାର ମଧ୍ୟ ଅଭିଯୋଗ ହୋଇଛି।

Leave A Reply

Your email address will not be published.