ମୀରା ରାଜପୁତଙ୍କ ସେଲଫି ଦେଖି ଦିବାନା ହେଲେ ସାହିଦ କପୁର

0

ମୁମ୍ବାଇ : ବଲିଉଡର ଦମ୍ପତି ସାହିଦ କପୁର ଏବଂ ମୀରା ରାଜପୁତ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେମାନଙ୍କର ଫ୍ୟାନ୍ସମାନେ ଏହି ଦୁଇଜଣଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ପସନ୍ଦ କରନ୍ତି । ମୀରା ରାଜପୁତ ବଲିଉଡ ଠାରୁ ଦୂରରେ ସତ କିନ୍ତୁ ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ । ମୀରା ପ୍ରାୟତଃ ତାଙ୍କ ପରିବାର ସହିତ ଫଟୋ ସେୟାର କରିଥାନ୍ତି । ନିକଟରେ ମୀରା ଇନଷ୍ଟାଗ୍ରାମରେ ଏକ ସେଲଫି ସେୟାର କରିଛନ୍ତି ଯାହାକୁ ତାଙ୍କ ସ୍ୱାମୀ ସାହିଦ କପୁର ଦେଖି ଏକ ସୁନ୍ଦର କମେଣ୍ଟ ଦେଇଛନ୍ତି ।

ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେଲଫି ସେୟାର କରି ମୀରା କ୍ୟାପସନରେ ଲେଖିଛନ୍ତି, ‘ କ’ଣ ମୁଁ ଏକା ଯିଏକି ଲାଇଟ୍ ଠିକ୍ ହେଲେ ୨୭୫୬୭ ଫଟୋ ଉଠାଏ?’ ଫଟୋରେ ମୀରାଙ୍କ ମୁହଁରେ ସୂର୍ଯ୍ୟ କିରଣ ପଡ଼ିଥିବାର ଦେଖାଯାଇଛି । ଫଟୋରେ, ସେ ଏକ ବ୍ଲାକ୍ ଡ୍ରେସ୍ ରେ  ଖୋଲା କେଶରେ ନଜର ଆସିଛନ୍ତି  । ଏହି ଫଟୋରେ ମୀରା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।  ନିଜ ପତ୍ନୀଙ୍କୁ ଏହିପରି ଦେଖି ସାହିଦ କପୁର ତାଙ୍କର ଏହି ଫଟୋରେ କମେଣ୍ଟ ଦେଇଛନ୍ତି, ‘ଷ୍ଟନର୍’ (ଆ

ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ମଧ୍ୟର ଭଲପାଇବା କାହାକୁ ଅଜଣା ନାହିଁ । ସାହିଦ କପୁର ଏବଂ ମୀରା ରାଜପୁତ ଜୁଲାଇ ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇଜଣଙ୍କର ମିଶା ଏବଂ ଜୈନ ନାମକ ଦୁଇଟି ପିଲା ମଧ୍ୟ ଅଛନ୍ତି ।ଶ୍ଚର୍ଯ୍ୟଜନକ କଥା)  । ମୀରାଙ୍କର ଏହି ଫଟୋ ଏବଂ ସାହିଦଙ୍କ କମେଣ୍ଟଙ୍କୁ ଫ୍ୟାନ୍ସମାନେ ଅନେକ ଭଲପାଇବା ଦେଇଛନ୍ତି ।

Leave A Reply

Your email address will not be published.