ମୋ ବସ୍ କୁ ଅଟକାଇଲେ ଘରୋଇ ବସ୍ ମାଲିକ ସଂଘ

0

ଭୁବନେଶ୍ବର : ମୋ ବସ୍ କୁ ଅଟକାଇଲେ ଘରୋଇ ବସ୍ ମାଲିକ ସଂଘ । ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ କାକଟପୁର, ଅସ୍ତରଙ୍ଗ ଯାଉଥିବା ୨ଟି ମୋ ବସ୍ କୁ ଅଟକାଯାଇଛି । ଘରୋଇ ବସ୍ ର ଯାତାୟାତ ନେଇ ରୁଟ୍ ଚାଟ୍ ଟାଇମିଂ ଥିବାବେଳେ ସେହି ସମୟରେ ମୋ ବସ୍ ଯାତାୟାତ କରୁଛି । ଏଥିଯୋଗୁଁ ଘରୋଇ ବସ୍ ରେ ଯାତ୍ରୀ ହେଉନଥିବା ଅଭିଯୋଗ କରିଛି ଘରୋଇ ବସ୍ ମାଲିକ ସଂଘ ।

ଅନ୍ୟପଟେ ମୋ ବସ୍ ନିର୍ଦ୍ଧିଷ୍ଟ ସମୟରେ ଯାତାୟାତ କରୁଥିଲେ ମଧ୍ୟ ଯାତ୍ରୀଙ୍କୁ ଓହ୍ଲାଇ ଗାଡି ସାଇଡ୍ କରିବାକୁ ବାଧ୍ୟ କରାଯାଇଥିବା ମୋ ବସ୍ ଚାଳକ କହିଛନ୍ତି ।

Leave A Reply

Your email address will not be published.