‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ

0

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ‘ମୋ କଲେଜ’ ଅଭିଯାନ । ମୋ ସ୍କୁଲ ଭଳି ‘ମୋ କଲେଜ’ ଅଭିଯାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ମୋ କଲେଜ’ ଓ ମୋ ୟୁନିଭର୍ସିଟି ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ୭୫୫ଟି କଲେଜ ସାମିଲ ଥିବା ବେଳେ ଏହା ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପ୍ଲାଟଫର୍ମ ଦେବ ଏବଂ ସେମାନେ ମୋ ସ୍କୁଲ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ ।

ତେବେ ମୋ କଲେଜ ଅଭିଯାନ କେବଳ ଆଲୁମିନା ଭିତରେ ସୀମିତ ହେବନି ବରଂ ଏହା ସମସ୍ତଙ୍କ ପାଇଁ ଖୋଲା ରହିବ । ଦେଶ ବିଦେଶରେ ଯେଉଁଠି ବି ଯିଏ ଥିବେ ‘ମୋ କଲେଜ’ ମାଧ୍ୟମରେ ନିଜ କଲେଜ ସହ ସେମାନେ ଯୋଡି ହୋଇ ପାରିବେ । ଏହି ଅବସରରେ ‘ମୋ କଲେଜ’ର ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.