ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କମଳାବାହାଳୀ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ମୋବାଇଲ ପାଇଁ ଅଜଣା ଯୁବକଙ୍କୁ ପିଟିପିଟି ହତ୍ୟା କଲେ ୫ ଅଭିଯୁକ୍ତ । ଉକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଦୁଇ ଜଣ ଅଜଣା ବ୍ୟକ୍ତି କମଳାବାହାଳୀ ଗ୍ରାମର ସନାତନ ନାଏକଙ୍କ ଘରେ କୌଣସି ପରିଚୟ ଦେଇ ରହିଥିଲେ । ପରେ ସନାତନ ଓ ଉକ୍ତ ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ରାତି ୯ଟା ସମୟରେ ତାଳଡିହି ଛକକୁ ବୁଲିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ଅଜଣା ବ୍ୟକ୍ତି ଜଣଙ୍କ ସନାତନକୁ ମୋବାଇଲ ମାଗିଥିଲେ, ଟର୍ଚ୍ଚ ଲଗାଇ ଶୌଚ ହେବାକୁ ଯାଇଥିଲେ । ସନାତନ ଉକ୍ତ ବ୍ୟକ୍ତିକୁ ନିଜ ମୋବାଇଲ ଦେଇଥିଲେ । କିନ୍ତୁ ଶୌଚ କରିବାକୁ ଯାଇ ବ୍ୟକ୍ତି ଜଣଙ୍କ ନ ଫେରିବାରୁ ଅନେକ ଖୋଜାଖୋଜି ପରେ ରାଗିଯାଇ ଘରକୁ ଫେରିଆସି ଅନ୍ୟ ଅଜଣା ବ୍ୟକ୍ତିଙ୍କୁ ଫେରିନଥିବା ବ୍ୟକ୍ତିର ପରିଚୟ ପଚାରିବା ସହ ଝଗଡ଼ା କରିଥିଲେ । ଉକ୍ତ ବ୍ୟକ୍ତି ପରିଚୟ ନଦେବାରୁ ସନାତନ ଚୋର ଭାବି ରାଗିଯାଇ ଗ୍ରାମର ବିରୁ ବିରୁଆ, ବଗ ମୁଣ୍ଡା, ରବି ହନାଗା ଓ ଶିବାନୀ ମୁଣ୍ଡାଙ୍କୁ ଡାକି ଉକ୍ତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ ।ମୃତ୍ୟୁ ହେବା ପରେ ମୃତଦେହକୁ ଗାଁ ନିକଟ ଜଙ୍ଗଲରେ ଥିବା ନାଳ ଭିତରେ ପଥର ଚାପି ରଖିଥିଲେ । ନାଳ ପାର୍ଶ୍ବବର୍ତ୍ତୀ ଅଂଚଳରେ ଦୁର୍ଗନ୍ଧ ହେବାରୁ ଗାଁ ଲୋକେ ମୃତଦେହ ପାଣି ଭିତରେ ଚପାଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଶୁକ୍ରବାର ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ହରିଚନ୍ଦନପୁର ପୋଲିସ ଏକ ମାମଲା ରୁଜୁ କରି କେଶ୍ ନମ୍ବର ୯୮ ଅନୁଯାୟୀ ଉକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶନିବାର କୋର୍ଟ ଚାଲାଣ କରିଛି ।
ତାଜା ଖବର
- Do i need to Get good Fuckbuddy when you look at the 15 minutes?
- See Men and women On the internet and Take pleasure in Dating On the internet Today
- Most useful Connection Internet From 2022: Most useful Matchmaking Applications Getting Hookups And Matchmaking
- Opinion: as to why advancement inside a creator matters to help you homebuyers
- Chapter-15: “As well as the Moonlight is the merely light”
- What is the Difference between Centered and you can Focused?
- The new KINK-Self-confident Sado maso Community Having FETISH Relationships
- She’s small, remarkably creative and you will naturally very rational
- Because of the people degree of investigations, argument during the organizations means an essential matter to possess executives
- Step 3. Purchase the tech stack to own a great Tinder-particularly app