ମୋଦି ପୁଣି ନମ୍ବର ଓ୍ବାନ

0

ନୂଆଦିଲ୍ଲୀ : ମୋଦି ପୁଣି ନମ୍ବର ଓ୍ବାନ । ୭୦% ଆପ୍ରୁଭାଲ ରେଟିଂ ସହ ବିଶ୍ୱ ନେତାଙ୍କୁ ପଛରେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆପ୍ରୁଭାଲ ରେଟିଂ ବିଶ୍ବର ଅନ୍ୟ ପ୍ରମୁଖ ନେତାମାନଙ୍କ ଠାରୁ ଅଧିକ ରହିଛି । ଗ୍ଲୋବାଲ୍ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଂ ରେଟିଂ ଶୀର୍ଷରେ ରହିଛି। ତାଙ୍କ ପଛକୁ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବୋରିସ ଜନସନ, ଆଞ୍ଜେଲା ମାର୍କେଲ୍, ଜଷ୍ଟିନ ଟ୍ରୁଡେୟୁ ଏବଂ ଅନ୍ୟମାନେ ।ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି ।

୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି । ବିଗତ କିଛି ସପ୍ତାହ ହେଲା ବାଇଡେନଙ୍କ ଆପ୍ରୁଭାଲ ରେଟିଂ ହ୍ରାସ ପାଇବାରେ ଲାଗିଛି । ବାଇଡେନଙ୍କ ଡିସାପ୍ରୁଭାଲ ରେଟିଂ ମଧ୍ୟ ୪୪ ପ୍ରତିଶତ ରହିଛି ।

Leave A Reply

Your email address will not be published.