ମୁଖ୍ୟମନ୍ତ୍ରୀ, ଆଜିଠୁ ୧୪ଦିନ ମାସ୍କ ଅଭିଯାନ ଚାଲିବ

0

ଭୁବନେଶ୍ୱର – କରୋନା ସଂକ୍ରମଣର ଆତଙ୍କ ଭିତରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସମ୍ୱୋଧନ । ନିଜର ଏହି ସମ୍ୱୋଧନରେ ରାଜ୍ୟବାସୀଙ୍କୁ କରୋନାର ସତର୍କତା ପାଇଁ ସଚେତନ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ,  ଆଜିଠୁ ୧୪ଦିନ ମାସ୍କ ଅଭିଯାନ ଚାଲିବ। ମାସ୍କ ନି ପିନ୍ଧିଲେ ୨ଗୁଣା ଫାଇନ୍‌ ଆଦାୟ ହେବ । ଏହାସହ ମାଆ ମାନଙ୍କୁ ଘର ଜଗିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ସରକାର ବାହାରେ ଜଗୁଛନ୍ତି । ମାଆମାନେ ଘର ଜଗନ୍ତୁ । ଘରର ପୁରୁଷ ଓ ପିଲାମାନଙ୍କୁ ବିନା ମାସ୍କରେ ଘର ବାହାରକୁ ଯାଆନ୍ତୁ ନାହିଁ ।

ଆଉ ମଧ୍ୟ ମୁଖ୍ୟମନ୍ତ୍ରୀ କହିଲେ – ଏବେ କରୋନାର ଦ୍ୱିତୀୟ ଲହରୀ ଚାଲିଛି । ଆମେ ମାସ୍କକୁ ସାଥି କରିପାରିଲେ ବିନା ଲକ୍‌ ଡାଉନ୍‌ରେ କରୋନାକୁ ଜିତି ପାରିବା । ସମସ୍ତଙ୍କ ସହଯୋଗରେ ଏ ଯୁଦ୍ଧ ଆମେ ଜିତିବା । ମାନବ ଇତିହାସରେ କେବେ ଏମିତି ସଙ୍କଟ ଆସିନଥିଲା । ଆମେ ଜୀବନଶୈଳୀରେ ପରିବର୍ତ୍ତନ କରି ମାସ୍କକୁ ସାଥି କରିପାରିଲେ କରୋନାକୁ ହରାଇ ପାରିବ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ମାସ୍କ ପିନ୍ଧିବେ ।

ଏହାସହ ଏହି କରୋନା ଯୁଦ୍ଧରେ ପୁଲିସ୍‌ ପ୍ରଶାସନର ମହତ୍ତ୍ୱ ବିଷୟରେ ବି କହିଛନ୍ତି । ଫାଇନ୍‌ ଆଦାୟ କଡ଼ାକଡ଼ି ପାଇଁ ପୁଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.