ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର

0

ଝାରସୁଗୁଡ଼ା : ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ନାବାଳକ ପୁଅ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଣି ଆତଙ୍କରାଜ। ସହରରେ ଆତଙ୍କ ଖେଳାଇଲା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ନାବାଳକ ପୁଅ। ଜଣଙ୍କୁ ଛୁରା ମାଡ଼ କରି ନାବାଳକ ଅଭିଯୁକ୍ତ ଓ ସହଯୋଗୀ ଗିରଫ। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ବ୍ରଜରାଜନଗର ପୋଲିସ।

 

ସୂଚନାନୁଯାୟୀ, ବ୍ରଜରାଜନଗରରେ ଦୀର୍ଘ ଦିନ ଧରି ଆତଙ୍କରାଜ ଚଳାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ। ସେ ଏବେ ଜାତୀୟ ସୁରକ୍ଷା ଆଇନ ବଳରେ ଜେଲରେ ଥିବା ବେଳେ ତାର ନାବାଳକ ପୁଅ ସମ୍ଭାଳିଛି ବାପାର ଅପରାଧ ସାମ୍ରାଜ୍ୟ। ମଙ୍ଗଳବାର ରାତିରେ ଚୁନାଭଟା ଅଞ୍ଚଳରେ ଦୁଇ ପରିବାରରେ ବିବାଦ ସୃଷ୍ଟି ହୋଇଥିବା ଯୋଗୁଁ ଗୋଟିଏ ପରିବାରର ଡାକରାରେ ଗୁଣ୍ଡାଗର୍ଦ୍ଦି କରିବାକୁ ଯାଇଥିଲା ସୋନୁ ଘୋଷର ପୁଅ। ଏହି ସମୟରେ ନାବାଳକଙ୍କ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଟିଙ୍କୁ ଗଣ୍ଡା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପିଠିରେ ୬ଟି ଷ୍ଟିଚ୍ ପଡିଛି। ବ୍ରଜରାଜନଗର ପୋଲିସ ଏହି ମାମଲାରେ ସୋନୁ ଘୋଷର ପୁଅ ସହ ଅନ୍ୟ ଜଣେ ସହଯୋଗୀ ରାହୁଲ ବାରିକକୁ ଗିରଫ କରିଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Leave A Reply

Your email address will not be published.