ନାବାଳିକାଙ୍କୁ ଅପହରଣ ଏବଂ ହତ୍ୟା ମାମଲା

0

ନୂଆଦିଲ୍ଲୀ: ହରିୟାଣାର ସିରସା ପୋଲିସ ରାନିୟାଁ ଥାନା ଅନ୍ତର୍ଗତ ଗିଂନ୍ଦଡ଼ ଗ୍ରାମରେ ଗତ ୨୫ ସେପ୍ଟେମ୍ବରରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ବିନୋଦ ନାମକ ଯୁବକକୁ ଗିରଫ କରିଛି। ତେବେ ମାମଲାରେ ବହୁ ତଦନ୍ତ ପରେ ପ୍ରକୃତ ଅପରାଧୀ ପାଖରେ ପହଞ୍ଚିଥିବା ନେଇ ଏସପି ଅର୍ପିତ ଜୈନ କହିଛନ୍ତି। ପ୍ରକୃତରେ ପ୍ରାଥମିକ ତଦନ୍ତ ପରେ ପୋଲିସ ବିନୋଦକୁ ଗିରଫ କରିଥିଲା।

 

କିନ୍ତୁ ମୃତକଙ୍କ ମା ତାଙ୍କୁ ଥାନାରୁ ବାହାର କରିନେଇଥିଲେ। ଥାନାରୁ ନେବା ବେଳେ ସେ କହିଥିଲେ ଘଟଣା ଦିନ ବିନୋଦ ତାଙ୍କ ପାଖରେ ଥିଲା। ଏହା ପରେ ପୋଲିସ ଏଲନାବାଦ ପୋଲିସ ସହଯୋଗରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ବିନୋଦ ଏବଂ ସୁରେନ୍ଦ୍ରକୁ ପ୍ରମାଣ ସହ ଗିରଫ କରିଥିଲା ପୋଲିସ।

 

ପଚରା ଉଚରା ପରେ ଜଣାପଡ଼ିଲା ବିନୋଦ ନାବାଳିକାଙ୍କ ଘରକୁ ଗତ ୪ ବର୍ଷ ହେଲା ଯା ଆସ କରୁଥିଲା। କିନ୍ତୁ ଏହାକୁ ନେଇ ନାବାଳିକା ଜଣଙ୍କ ବିରୋଧ କରୁଥିଲେ। ଝିଅଟିକୁ ରାସ୍ତାରୁ ହଟାଇବା ପାଇଁ ବିନୋଦ ସୁରେନ୍ଦ୍ର ସହ ମିଶି ପ୍ଲାନ କରିଥିଲେ। ପରେ ଗତ ୨ ସେପ୍ଟମ୍ବରରେ ତାକୁ ଅପହରଣ କରି ଏକ କ୍ଷେତରେ ହତ୍ୟା କରିଦେଇଥିଲେ। ଏହା ପରେ ଶବକୁ କୁସ୍ସର ଗାଁ ଅଞ୍ଚଳରେ ଥିବା ଏକ କପା କ୍ଷେତରେ ଫିଙ୍ଗି ଦେଇଥିଲା । ବିନୋଦ ଅବିବାହିତ ଥିବା ବେଳେ ଗାଁରେ ଚାଷ କରି ଚଳୁଥିଲା । ତା ବିରୋଧରେ ପୂର୍ବରୁ ଚୋରି, ଡକାୟତି ଆଦି ମାମଲା ରହିଛି । ସେ ୨୦୧୮ରେ ଜେଲରୁ ମୁକୁଳିଥିଲା ।

Leave A Reply

Your email address will not be published.