ନଦୀ ପଠାରୁ ମିଳିଲା ମୃତଦେହ

0

ଅନୁଗୋଳ : ଅନୁଗୋଳ ପାଲଲହଡା ହୋ ସାହି ସମାକୋଇ ନଦୀ ପଠାରୁ ଜଣଙ୍କର ମୃତଦେହ ମିଳିବା ପରେ ଆଜି ଆଉ ଜଣଙ୍କର ମୃତଦେହ ସେହି ନଦୀ ପଠାରୁ ମିଳିଛି । ଏବେବି ଜଣେ ନିଖୋଜ ଅଛନ୍ତି ।

ପାଲଲହଡା ସମାକୋଇ ନଦୀ ପଠାରୁ ଆଉ ଜଣଙ୍କର ମୃତଦେହ ମିଳିଛି । ମୃତକ ହେଲେ ବୁଦ୍ଧିଆ ଗାଗରାଇ। ସମଲ ଏବଂ ଖମାର ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ଏହି ଘଟଣାରେ ହୋ ସାହିର ଆଉ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଗୁଣି ଗାରେଡି ସନ୍ଦେହରେ ଏଭଳି ଘଟଣା ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏବେବି ଆଉ ଜଣେ ନିଖୋଜ ଅଛନ୍ତି। ନିଖୋଜ ଜଣଙ୍କ ହେଲେ ମୁନି ଚାତର।

Leave A Reply

Your email address will not be published.