ନଡିଆ ଆଣିବାରୁ ମାଆ ଓ ଝିଅକୁ ଭୁଜାଲିରେ ଆକ୍ରମଣ

0

ଭଦ୍ରକ, : ବାଡିରୁ ନଡ଼ିଆ ଉଠାଇବାକୁ କେନ୍ଦ୍ର କରି ମାଆ ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ। ଉଭୟ ଏହି ଆକ୍ରମଣରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧିନସ୍ଥ କୁରୁଆ ଗ୍ରାମରେ ।

ସୂଚନାନୁସାରେ, ଗ୍ରାମର ଶାନ୍ତିଲତା ନାଥଙ୍କ ବାଡ଼ିରେ ଗୋଟିଏ ନଡ଼ିଆ ପଡିଥିଲା । ତେଣୁ ସେ ସେହି ନଡ଼ିଆକୁ ଘରକୁ ଆଣିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ଘରେ ରହୁଥିବା ସମ୍ପର୍କୀୟ ହଠାତ ଶାନ୍ତିଲତାଙ୍କ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଝିଅ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଭୁଜାଲିରେ ଆକ୍ରମଣ କରିଛନ୍ତି ।

ଫଳରେ ମାଆ ଝିଅ ଗୁରୁତର ହୋଇ ପଡି ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଧୂଷୁରୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇନଥିବା ଶାନ୍ତିଲତା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.