ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

0

ଚଣ୍ଡୀଖୋଲ : ବ୍ରାହ୍ମଣୀ ନଦୀରେ ଭାସୁଛି ଗଳିତ ମୃତଦେହ । ବ୍ରହ୍ମବରଦା ଫାଣ୍ଡି ଅଧିନ ଦେଓଦା ପଞ୍ଚାୟତ ନନ୍ଦ ସାହି ନିକଟରେ ସକାଳୁ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ନଦୀକୁ ସ୍ନାନ କରିବାକୁ ଯିବା ସମୟରେ ଦେଖିବାକୁ ପାଇଥିଲେ । ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଥିବାରୁ ଉକ୍ତ ଶବଟି ଜଣେ ଯୁବକଙ୍କର ବୋଲି ଜଣାପଡ଼ିଥିବା ବେଳେ ଶବଟି ପଚି ସଢ଼ି ଦୁର୍ଗନ୍ଧ ଦେଉଛି । ଶବଟି ନଦୀରେ ଭାସି ଆସି ବେଣା ପାଟରେ ଲାଗି ରହିଛି । ତେବେ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଖବର ପାଇ ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.