ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ

0

ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ନିଜେ ବୁଡିଗଲେ ମାଛ ଧରାଳି । ଫଳରେ ମାଛ ଧରାଳିଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଜୟପୁର ଗ୍ରାମ ବ୍ରାହ୍ମଣୀ ନଦୀରେ ଏପରି ଅଘଟଣ ଘଟିଛି । ମୃତ ମାଛ ଧରାଳି ଭୁବନ ଜୟପୁର ଗ୍ରାମର ନକୁଳ ତରାଇ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଜୟପୁର ଗ୍ରାମର ନକୁଳ ସହ ଦିରଜ ତରାଇ ଓ ଜଗବନ୍ଧୁ ମଳିକ ଜାଲ ଧରି ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଜୟପୁର ଗ୍ରାମ ନିକଟ ମାଳପୁରା ଗ୍ରାମ ଘାଟ ନିକଟରେ ଜାଲ ବିଛାଉଥିବା ସମୟରେ ନକୁଳ ପାଣିରେ ବୁଡିଯାଇଥିଲେ । ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ନଦୀ ଘାଟରୁ ତାଙ୍କର ମୃତଦେହ ସହ ମାଛ ଧରାଯାଉଥିବା ଜାଲ ଉଦ୍ଧାର କରାଯାଇଛି। ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନକୁଳର ମୃତଦେହ ପାଣିରୁ ଉଦ୍ଧାର କରିସାରିଥିଲେ। ନକୁଳର ମୃତଦେହକୁ ଅଗ୍ନିଶମ ବାହିନୀ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.