ଯାଜପୁର – ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଭାଇ ହେଲେ ରସୁଲପୁର ଚିନ୍ତାପଲ୍ଲୀ ଗାଁର ଦୀନବନ୍ଧୁ ଚନ୍ଦ ଓ ଦିବାକର ଚନ୍ଦ ।
ଅନେକ ସମୟରେ ଏମିତି ସବୁ ଗାଧୋଇବା ବେଳେ ବୁଡ଼ି ଯାଇ ଜୀବନ ଚାଲିଯିବା ଘଟଣା ସାମନାକୁ ଆସିଛି । ନିକଟରେ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏମିତି ଅଘଟଣ ଘଟିଥିଲା । ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ନିଖିଲ୍ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା ।