ନକଲି କରୋନା ଟିକାକୁ ସାବଧାନ

0

ଭୁବନେଶ୍ବର : ବଜାରରେ ନକଲି କୋଭିସିଲ୍ଡ ଟିକା ଉପଲବ୍ଧ ହେଉଥିବା ନେଇ ସୃଷ୍ଟି ହୋଇଛି ହଇଚଇ । ଖୋଦ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ସତର୍କ କରିବା ପରେ ଏହାକୁ ନେଇ ଚାରିଆଡେ ଏବେ ଜୋରଦାର ଚର୍ଚ୍ଚା । ବିଶେଷକରି ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକାର କେତେକ ଦେଶରେ ନକଲି କୋଭିସିଲ୍ଡ ଟିକା ବିକ୍ରି ହେଉଥିବା ଖବର ବିଶ୍ବସ୍ବାସ୍ଥ୍ୟ ସଂଗଠନ ହାତରେ ଲାଗିଛି ।  ଏଥିପାଇଁ ସତର୍କ ରହିବାକୁ ଏସବୁ ଦେଶକୁ ଅବଗତ କରାଇଛନ୍ତି ଡବ୍ଲୁଏଚଓ ।

ଓଡିଶାରେ ଯେଭଳି ଏଭଳି କିଛି ଘଟଣା ସାମ୍ନାକୁ ନଆସେ ସେଥିପାଇଁ ରାଜ୍ୟ ସରକାର ନିଜଆଡୁ ସତର୍କ କରାଇଛନ୍ତି । ଏନେଇ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଶେଷକରି ବେସରକାରୀ ହସ୍ପିଟାଲଗୁଡିକରେ ଏଭଳି ନକଲି ଟିକା ଦେବା ସମ୍ଭାବନା ଅଧିକ ଥିବାରୁ ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଭେଜାଲ କୋଭିଡ୍ ଟିକା ଖବର ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.