ନାକତଳକୁ ମାସ୍କ ଥିଲେ ବିମାନରେ କରିପାରିବେନି ଯାତ୍ରା

0

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏବେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କରିଛି। ଡିଜିସିଏ ନିର୍ଦେଶ ଦେଇଛି ଯେ, ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବା ସମୟରେ କୋଭିଡ୍-୧୯ ପ୍ରୋଟୋକଲ ପାଳନ କରିବାକୁ ହେବ, ଯେଉଁଥିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ କରିବା ଆଦି ନିୟମ ରହିଛି। ଯଦି କୌଣସି ଯାତ୍ରୀ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ ସୁରକ୍ଷା ଏଜେନ୍ସି ହାତରେ ଚେତାବନୀ ଦିଆଯିବ ଓ ପରେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିମାନ ଯାତ୍ରା ବେଳେ ଯାତ୍ରୀଙ୍କୁ ସବୁ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହାସହିତ ସୋସିଆଲ ଡିଷ୍ଟାନ୍ସିଂର ସବୁ ନିୟମ ମାନିବାକୁ ପଡିବ। ଏପରିକି ନାକ ତଳକୁ ଯଦି ମାସ୍କ ପିନ୍ଧନ୍ତି ତେବେ ବିମାନରେ ଯାତ୍ରା କରିପାରିବେନି। ବିମାନ ବନ୍ଦରରେ ପ୍ରବେଶ ଦ୍ବାରରେ ମୁତୟନ ପୋଲିସ କର୍ମୀ କିମ୍ବା CISF ର ଯବାନ କାହାକୁ ମଧ୍ୟ ବିନା ମାସ୍କରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବେନି। CASO ଅନ୍ୟ ପର୍ଯ୍ୟବେକ୍ଷକ ଅଧିକାରୀଙ୍କୁ ଏହାକୁ ବ୍ୟକ୍ତିଗତ ରୂପରେ ସୁନିଶ୍ଚିତ କରିବାକୁ ହେବ।

ବିମାନବନ୍ଦର ନିର୍ଦେଶକ/ଟର୍ମିନାଲ ପ୍ରବଦ୍ଧକ ଯାତ୍ରୀଙ୍କ ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ବିଶେଷ ଭାବରେ ଧ୍ୟାନ ଦେବେ। ଯଦି କୌଣସି ଯାତ୍ରୀ କୋଭିଡ୍-୧୯ ପ୍ରୋଟୋକଲ୍ ପାଳନ କରନ୍ତି ନାହିଁ, ତେବେ ତାଙ୍କୁ ଉଚିତ୍ ଚେତାବନୀ ପରେ ସୁରକ୍ଷା ଏଜେନ୍ସିଙ୍କୁ ହସ୍ତାନ୍ତର କରାଯିବ। ବିମାନରେ ଯଦି କୌଣସି ଯାତ୍ରୀ ବାରମ୍ବାର ଚେତାବନୀ ପରେ ଠିକ୍ ଭାବରେ ମାସ୍କ ପିନ୍ଧନ୍ତି ନାହିଁ ତେବେ ତାଙ୍କୁ ଟେକ୍ ଅଫ୍ ପୂର୍ବରୁ ହିଁ ଡି-ବୋର୍ଡ କରିଦିଆଯିବ।  କୌଣସି ଯାତ୍ରୀ  ଯଦି ମାସ୍କ ପିନ୍ଧିବାକୁ ମନା କରନ୍ତି କିମ୍ବା ବାରମ୍ବାର ଚେତାବନୀ ପରେ ମଧ୍ୟ   ପ୍ରୋଟୋକଲ୍ ଉଲଂଘନ କରନ୍ତି ତେବେ ସେହି ଯାତ୍ରୀଙ୍କୁ ‘Unruly Passenger’ କାଟାଗୋରୀରେ ପକାଇ ଦିଆଯିବ ଓ ସେହି ଏୟାରଲାଇନ୍ସ ଯାତ୍ରୀଙ୍କ ବିପକ୍ଷରେ ଧାର୍ଯ୍ୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Leave A Reply

Your email address will not be published.