ନକ୍ସଲଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା କର୍ମୀ

0

ମାଲକାନଗିରି: ମାଓବାଦୀମାନେ ଆଜିଠାରୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛନ୍ତି । ତେବେ ଏହି ସହିଦ ସପ୍ତାହରେ ନକ୍ସଲଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା କର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ଚିରମୁଲପଡା ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସହିଦ ସପ୍ତାହ ବେଳେ ନକ୍ସଲ ମାନେ ବଡ ଧରଣର ହିଂସା କାଣ୍ଡ ଘଟାଇବା ଲାଗି ଧମକ ଦେଇଛନ୍ତି । ଯାହା ପରେ ଦନ୍ତେୱାଡା ଜିଲ୍ଲାରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ମାନେ ଅପରେସନ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଏହି ସ୍ମାରକ ଦେଖିବାକୁ ପାଇଥିଲେ ପରେ ଏହାକୁ ଯବାନ ମାନେ ଭାଙ୍ଗି ଦେଇଛନ୍ତି । ସମସ୍ତ ମାଓ ପ୍ରବଣ ଜିଲ୍ଲାମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ଚେକିଂକୁ ଜୋରଦାର କରାଯାଉଛି ।

Leave A Reply

Your email address will not be published.