ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ବର୍ଷେ

0

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ବର୍ଷେ ପୁରିଛି । ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥିଗିତ ରଖିଛନ୍ତି କୋର୍ଟ । ଆବେଦନକାରୀଙ୍କୁ ଓଡିଶା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବ ।

 

ସୁପ୍ରିମକୋର୍ଟର ୪ ନମ୍ବର କୋର୍ଟରେ ଆଇଟମ୍ ନମ୍ବର ୧୫ରେ ଏହି ମାମଲା ଶୁଣାଣି ହୋଇଛି । ଜଷ୍ଟିସ୍ ଏ.ଏମ୍. ଖାଓ୍ବାଲିକର ଓ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଛି । ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ତଦନ୍ତ କରିବା ଏବଂ ଓଡିଶା ନିଖୋଜ ଶିଶୁମାନଙ୍କର ତଦନ୍ତ ସିବିଆଇ ଦ୍ଵାରା କରାଯାଉ ବୋଲି ନୟାଗଡ ନାବାଳିକାଙ୍କ ମା’ ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Leave A Reply

Your email address will not be published.