ନାଇଟ୍ କର୍ଫ୍ୟୁରେ ମାତିଲେ ଲୁଟେରା

0

ଖୋର୍ଦ୍ଧା : ରାଜ୍ୟରେ ଜାରି ରହିଛି ନାଇଟ କର୍ଫ୍ୟୁ । କିନ୍ତୁ ଲୁଟେରାମାନେ ଏହାକୁ ଖାତିର କରିବେ କଣ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଘମାରି ଥାନା ଅଧିନ କାଠ ଖୁଣ୍ଟିଆ ଗ୍ରାମର ଶିକ୍ଷକ କୈଳାସ ମାଣ୍ଡୋଇଙ୍କ ଘରେ ପଶି ଲୁଟେରା ବୁଲାଇଛନ୍ତି କଳାକନା । ଗତକାଲି ରାତି ପ୍ରାୟ ୨ଟା ସମୟରେ ଗେଟ ତାଲା କାଟି ଘରେ ପଶି ଲୁଟିଛନ୍ତି ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ହଜାର ଟଙ୍କା । ସେହିପରି ଶିକ୍ଷକଙ୍କ ପତ୍ନୀ ଏବଂ ପୁଅ ଲୂଟ ସମୟରେ ଉଠିପଡିବାରୁ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ଲୁଟେରା ମାନେ । ଏନେଇ ଶିକ୍ଷକ ବାଘମାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବାଘମାରି ପୋଲିସ ରାତ୍ରି ପାଟ୍ରୋଲିଂରେ ଅବହେଳା କାରଣରୁ ଏହି ଅଂଚଳରେ ଏଭଳି ଲୁଟପାଟ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.