ଭୁବନେଶ୍ବର: ନିଜ ହାତ କାଟିଦେଲେ ମହିଳା, ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କଲା ଖାରବେଳନଗର ଥାନା ପୁଲିସ୍

0

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ହାତ କାଟିଦେଲେ ଜଣେ ମହିଳା । ମହିଳାଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କଲା ଖାରବେଳନଗର ଥାନା ପୁଲିସ୍ । ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଖାରବେଳ ନଗର ଅଞ୍ଚଳର ଉମା ସାହୁ ନାମକ ମହିଳା ନିଜ ହାତ କାଟି ଦେବାରୁ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମହିଳାଙ୍କ ବାମ ହାତରେ ଶକ୍ତ ଆଘାତ ଲାଗିଥିବାରୁ ଗୁରୁତର ଅଛନ୍ତି । ତେବେ କେଉଁ କାରଣରୁ ସେ ହାତ କାଟିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ । ପୁଲିସ୍‌ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.