ନିରାଶ କଲା ମୌସୁମୀ

0

ନୂଆଦିଲ୍ଲୀ : ଜୁଲାଇ ମାସ ପରେ ଅଗଷ୍ଟରେ ଦେଶକୁ ସ୍ୱଭାବିକରୁ କମ୍‌ ବର୍ଷା ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଅଗଷ୍ଟରେ ୨୬ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଲଗାତାର ଦୁଇମାସ ବର୍ଷା ହ୍ରାସ ଚଳିତବର୍ଷ ମୌସୁମୀ ବର୍ଷା ହାରାହାରିଠାରୁ ମଧ୍ୟ କମ୍ ହେବ ବୋଲି ଏବେ ଆଇଏମଡି ଆକଳନ କରୁଛନ୍ତି। ଗତ ଜୁଲାଇ ମାସରେ ସ୍ୱଭାବିକରୁ ୭ ପ୍ରତିଶତ କମ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ ବର୍ଷା ହ୍ରାସ ଏହି ଆଶଙ୍କାକୁ ବଳବତ୍ତର କରିଛି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୮ତାରିଖ ପର୍ଯ୍ୟନ୍ତ ହାରାହାରି ୨୬ ପ୍ରତିଶତ ବର୍ଷା ହ୍ରାସ ହୋଇଥିବା କହିଛନ୍ତି। ଉତ୍ତର ଓ ମଧ୍ୟ ଭାରତରେ ଏହି ବର୍ଷା ହ୍ରାସ ଦେଖା ଯାଇଛି। ୧ ଜୁନରୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ୧୦ ପ୍ରତିଶତ ବର୍ଷା ହ୍ରାସ ହୋଇଥିବା ମହାପାତ୍ର କହିଛନ୍ତି। ତେବେ ଆଇଏମଡିଙ୍କ ପୂର୍ବ ଆକଳନ ଅନୁସାରେ ଅଗଷ୍ଟ ମାସ ଲାଗି ସ୍ୱଭାବିକ ବର୍ଷା ଆକଳନ କରାଯାଇଥିଲା। ଦୀର୍ଘକାଳୀକ ପାଣିପାଗ ଆକଳନ (୯୪ରୁ ୧୦୬ ପ୍ରତିଶତ) ଅନୁମାନରେ ଏହି ଆକଳନ କରାଯାଇଥିଲା। ତେବେ ଏହା ଆଉ ହୁଏତ ସମ୍ଭବ ନୁହେଁ ବୋଲି ପାଣିପାଗ ବିଭାଗ କହିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଆଇଏମଡି ୨୦୨୧ ଦକ୍ଷିଣ-ପଶ୍ଚିମ ମୌସୁମୀର ଦ୍ୱିତୀୟାର୍ଦ୍ଧ (ଅଗଷ୍ଟ-ସେପ୍ଟେମ୍ବର) ସ୍ୱଭାବିକ ହେବ ବୋଲି ଆକଳନ କରିଥିଲେ। ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ-ସେପ୍ଟେମ୍ବର ଆକଳନରେ ଲଗାତାର ୨ ମାସ ବର୍ଷା ହ୍ରାସ ହୋଇଛି। ଏଥିରେ ଏବେ ଆଇଏମଡିଙ୍କ ସେପ୍ଟେମ୍ବର ଆକଳନକୁ ଅପେକ୍ଷା କରାଯାଇଛି। ଖୁବ୍ ଶୀଘ୍ର ଆଇଏମଡିଙ୍କ ଆକଳନ ଆସିଯିବ।

ଚଳିତବର୍ଷ ସ୍ୱଭାବିକ ମୌସୁମୀ ଲାଗି ଆଇଏମଡି ପୂର୍ବାନୁମାନ କରିଥିଲେ। ତେବେ ଆଇଏମଡିଙ୍କ ଆକଳନ ଆସିବା ପୂର୍ବରୁ ଘରୋଇ ପାଣିପାଗ ଏଜେନ୍ସୀ ସ୍କାଇମେଟ୍ ୱେଦର ମଧ୍ୟ ନିଜର ଆକଳନରୁ ଓହରି ଯାଇଛନ୍ତିଯ ଏଥିର ଦୁର୍ବଳ ମୌସୁମୀର ସାନି ଆକଳନ କରିବା ଏବେ କୃଷି ପାଣିପାଗ ଲାଗି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.