ରାଉରକେଲା : କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ୍। ରାଉରକେଲା ସ୍ଥିତ ଏନଆଇଟି ଶିକ୍ଷାନୁଷ୍ଠାନରେ କରୋନା କାୟା ବିସ୍ତାରକ କରିବାରେ ଲାଗିଛି। ପୁଣି ୧୪ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ନେଗେଟିଭ ଆସିଥିବା ଛାତ୍ରଛାତ୍ରୀ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ।
ସେପଟେ କରୋନା ନେଇ ଏନ୍ଆଇଟିରେ ମଙ୍ଗଳାବର ସ୍ବତନ୍ତ୍ର ବୈଠକ ବସିବ। ବୈଠକ ପରେ କୋଭିଡକୁ ନେଇ ସ୍ବତନ୍ତ୍ର ପଦକ୍ଷେପ ନେବେ ଏନ୍ଆଇଟି କର୍ତ୍ତୃପକ୍ଷ। ଏନ୍ଆଇଟିରେ ଛାତ୍ରଛାତ୍ରୀ ମାନଙ୍କ ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନର ପଦକ୍ଷେପ ନେଇଛି । ଆଜି ଠାରୁ ଦୁଇଟି ଟିମ ଦିନକୁ ୫୦୦ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରିବେ ବୋଲି ସୂଚନା ମିଳଛି।