ନିୟନ୍ତ୍ରଣ ହରାଇ ପୋଲିସ୍‌ ଭ୍ୟାନକୁ ପିଟି ଦେଲା ଟ୍ରକ୍‌

0

ଅମ୍ବାଲା : ନିୟନ୍ତ୍ରଣ ହରାଇ ପୋଲିସ୍‌ ଭ୍ୟାନକୁ ପିଟି ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମଳିଥିବା ସୂଚନା ଅନୁସାରେ, ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହରିୟାଣାର ଅମ୍ବାଲା-ଦିଲ୍ଲୀ ଜାତୀୟ ରାଜପଥ ଉପରେ ଘଟିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

 

ଜଗ୍ଗି ସିଟି ସେଣ୍ଟର ନିକଟରେ ଦୁର୍ଘଟଣା ହୋଇଛି । ପୋଲିସ ଭ୍ୟାନ୍‌ ପାଖରେ ଦୁଇ ପୋଲିସ କର୍ମଚାରୀ ଛିଡ଼ା ହୋଇ ଅନ୍ୟ ୨ ଜଣ ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ବେକାବୁ ଟ୍ରକ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା ବୋଲି ପୋଲିସ କହିଛି ।

 

ଦୁର୍ଘଟଣାରେ ପୋଲିସ ଏଏସଆଇ ନସୀବ ସିଂହ (୫୨), କନଷ୍ଟେବଲ୍‌ ବଲବିନ୍ଦର ସିଂହ (୨୮), ମନୀଷ କୁମାର (୩୦) ଏବଂ ପ୍ରଦୀପ କୁମାର (୩୨)ଙ୍କ ମୃତ୍ୟୁ ହୋଇଛି। ସେପଟେ ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ପୋଲିସ ଯାଞ୍ଚ କରି ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭରକୁ ଚିହ୍ନଟ କରୁଛି ।

Leave A Reply

Your email address will not be published.