ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ

0

ଭୁବନେଶ୍ୱର- ପ୍ରଥମ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଲକ୍ଷ୍ମୀପ୍ରିୟା ଜଣେ ଉଚ୍ଚକୋଟୀର ନୃତ୍ୟାଙ୍ଗନା ଏବଂ କଳାକାର ଥିଲେ। ଦୁଇଜଣ ମହାନ୍‌ କଳାକାର ଦମ୍ପତି ହେବା ଏକ ମହାନ୍‌ ସଂଯୋଗ । ଗୁରୁ କେଳୁଚରଣଙ୍କ ଜୀବନ ସାଥୀ ଭାବେ ଲକ୍ଷ୍ମୀପ୍ରିୟାଙ୍କ ଅବଦାନ ଅବର୍ଣ୍ଣନୀୟ ।

୧୯୪୬ ମସିହାରେ ଗୁରୁ କେଳୁଚରଣ ଅର୍ଣ୍ଣପୂର୍ଣ୍ଣା ବି ରଙ୍ଗମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ସେହି ମଞ୍ଚରେ ଲକ୍ଷ୍ମୀପ୍ରିୟା ମଧ୍ୟ ପରିବେଷଣ କରିଥିଲେ। ପରେ ଦୁଇଜଣ ଜୀବନସାଥୀ ହୋଇଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଖୋର୍ଦ୍ଧାରେ । ହେଲେ ତାଙ୍କର ବାଲ୍ୟ ସମୟ ପୁରୀରେ କଟିଥିଲା । ପୁରୀରେ ଥିବା ଅନପୂର୍ଣ୍ଣା ଏ ରଙ୍ଗମଞ୍ଚରେ ସେ ନୃତ୍ୟାଭିନୟ କରିଥିଲେ। ଗୁରୁ ବାଉରୀବନ୍ଧୁ ମହାନ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଲକ୍ଷ୍ମୀପ୍ରିୟା । ମୋହିନୀ ଚରିତ୍ରରେ ପ୍ରଥମଥର ପାଇଁ ଲକ୍ଷ୍ମୀପ୍ରିୟା ଅନପୂର୍ଣ୍ଣା ଲଙ୍ଗମଞ୍ଚରେ ନୃତ୍ୟାଭିନୟ କରିଥିଲେ । ଏହାପରେ କଳାକାର ଭାବେ ତାଙ୍କ ଜୀବନ ଯାତ୍ରା ଆଗକୁ ବଢି ଚାଲିଥିଲା ।

ତାଙ୍କୁ ମଞ୍ଚ ଉପେର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ଅଭିହିତ କରାଯାଏ । ଲକ୍ଷ୍ମୀପ୍ରିୟାଙ୍କ ବିୟୋଗ ଓଡିଶାର ନୃତ୍ୟ ଏବଂ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.