ନର୍ସିଂ କଲେଜରେ ଛାତ୍ରୀଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା

0

ଝାଡଖଣ୍ଡ: ନର୍ସିଂ କଲେଜରେ ଛାତ୍ରୀଙ୍କୁ କରାଯାଉଥିଲା ଯୌନ ଶୋଷଣ । ଝାଡ଼ଖଣ୍ଡର ଏକ ଅଣ ସରକାରୀ ସଂଗଠନ (ଏନଜିଓ)ର ନିର୍ଦ୍ଦେଶକ ନର୍ସିଂ ଛାତ୍ରୀମାନଙ୍କୁ ଏଭଳି ଦୁଷ୍କର୍ମ କରୁଥିଲେ । ଧୈର୍ଯ୍ୟ ପରୀକ୍ଷା କରିବା ସହ ଯୌନ ନିର୍ଯାତନା ଅଭିଯୋଗରେ ଏବେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ହୋଇଛି ଯେ ରାଜ୍ୟର ଖୁଣ୍ଟି ଜିଲ୍ଲାର ଏନଜିଓ ଦ୍ୱାରା ପରିଚାଳିତ ନର୍ସିଂ ପ୍ରତିଷ୍ଠାନର ଅନେକ ଛାତ୍ରୀ ନିର୍ଦ୍ଦେଶକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ।

ପୀଡିତାଙ୍କ ଅନୁଯାୟୀ ଅନୁଷ୍ଠାନର ନିର୍ଦ୍ଦେଶକ ବାବଲୁ ଓରଫ ପରଭେଜ ଆଲାମ ଛାତ୍ରୀମାନଙ୍କ ଧୈର୍ଯ୍ୟର ପରୀକ୍ଷା କରି ନିଜ ହାତକୁ ଝିଅ ମାନଙ୍କ ପୋଷାକ ଭିତରେ ପୁରାଇଥିଲେ । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଅଭିଯୁକ୍ତ ପରଭେଜ ଆଲାମ ଦୀର୍ଘ ଦିନ ଧରି ନର୍ସିଂ ଝିଅ ମାନଙ୍କୁ ଏଭଳି ଶିକାର କରିଆସୁଥିଲେ ।

ପରଭେଜ ଆଲାମଙ୍କ ଏଭଳି କାର୍ଯ୍ୟକଳାପ ପ୍ରକାଶ ପାଇଲା, ଯେତେବେଳେ କିଛି ଛାତ୍ରୀ ସେମାନଙ୍କ ଯନ୍ତ୍ରଣାକୁ ଜଣେ ସାମାଜିକ କର୍ମୀଙ୍କୁ କହିଥିଲେ ।  ଛାତ୍ରୀମାନଙ୍କ ମୌଖିକ ଅଭିଯୋଗକୁ ଭିତ୍ତି କରି ସମାଜସେବୀ ଲକ୍ଷ୍ମୀ ବାଖାଲା ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ । ଏହା ପରେ ବ୍ଲକ ଡେଭଲପ୍‌ମେଣ୍ଟ ଅଫିସର (ବିଡିଓ)ଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସ୍ଥାନୀୟ ମହିଳା ପୋଲିସ ଷ୍ଟେସନର ଏକ ଟିମ୍ ମଧ୍ୟ ଅନୁଷ୍ଠାନକୁ ପଠାଯାଇଥିଲା । ଅନୁସନ୍ଧାନକାରୀ ଦଳ ଏହାର ରିପୋର୍ଟ ଖୁଣ୍ଟି ଏସପି ଆଶୁତୋଷ ଶେଖରଙ୍କ ନିକଟକୁ ପଠାଇଛନ୍ତି ଏବଂ ଏନଜିଓର ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.