ନୂଆଦିଲ୍ଲୀ : ଭାରତରେ କରୋନାର ତୃତୀୟ ଲହର କେବେ ଆସିବ, ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ତଥ୍ୟ ସାମ୍ନାକୁ ଆସୁଛି। ଏହି ସବୁ ତଥ୍ୟ ଉପରେ ଯଦି ନଜର ପକାଯାଏ ତେବେ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ଚରମରେ ରହିପାରେ। କିନ୍ତୁ ଏହାର ପ୍ରଭାବ ତୃତୀୟ ଲହର ତୂଳନାରେ କମ ରହିବ। ଆଇଆଇଟି କାନପୁରର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରଓ୍ଵାଲ କହିଛନ୍ତି, ଯଦି କୌଣସି ନୂତନ ସ୍ଵରୂପ ନଆସେ ତେବେ ସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ଖୁବ୍ କମ।
ପ୍ରତିଦିନ ଏକ ଲକ୍ଷ କେସ୍ ହେବେ ଚିହ୍ନଟ !
ଯଦିଓ ତୃତୀୟ ଲହର ଆସେ ତେବେ ଦେଶରେ ପ୍ରତିଦିନ ଏକ ଲକ୍ଷ ମାମଲା ସାମ୍ନାକୁ ଆସିବ। କିନ୍ତୁ ମେ ମାସରେ ଦ୍ଵିତୀୟ ଲହର ଚରମରେ ଥିବା ସମୟରେ ଦୈନିକ ଚାରି ଲକ୍ଷ କେସ୍ ଚିହ୍ନଟ ହେଉଥିଲେ। ଦ୍ଵିତୀୟ ଲହରରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଯଦି ନୂତନ ଭାରିଏଣ୍ଟ ନଆସେ ତେବେ ସ୍ଥିତିରେ ସୁଧାର ଆସିବ। ସେପ୍ଟେମ୍ବର ସୁଦ୍ଧା ଯଦି ୫୦ ପ୍ରତିଶତରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ସାମ୍ନାକୁ ଆସେ ତେବେ ନୂତନ ସ୍ଵରୂପ ସାମ୍ନାକୁ ଆସିବ।
ଗତ ମାସର ମୋଡେଲ୍ରେ କୁହାଯାଇଥିଲା ଯେ, ତୃତୀୟ ଲହର ଅକ୍ଟୋବର ଓ ନଭେମ୍ଵର ମଧ୍ୟରେ ଚରମରେ ରହିବ। ପ୍ରତିଦିନ ଦେଢ ଲକ୍ଷରୁ ଦୁଇ ଲକ୍ଷ ମଧ୍ୟରେ ନୂତନ ସଂକ୍ରମିତ ଚିହ୍ନଟ ହେବେ। ଗତ ସପ୍ତାହର ଅନୁମାନ ମଧ୍ୟ ଠିକ୍ ଏହି ପରି ଥିଲା। କିନ୍ତୁ ପ୍ରତିଦିନ ଏକ ଲକ୍ଷରୁ ଦେଢ ଲକ୍ଷ ମଧ୍ୟରେ ସଂକ୍ରମିତ ଚିହ୍ନଟ ହେବେ ବୋଲି ଅନୁମାନ କରାଯାଇଥିଲା।