ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ

0

ଭୁବନେଶ୍ୱର : ଅନିଶ୍ଚିତତା ଭିତରେ ଝୁଲୁଛି ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ । ୨୮ ବର୍ଷରେ ମାତ୍ର ୧୬ କିଲୋମିଟର ରେଳ ଗଡୁଛି । ରେଳ ମନ୍ତ୍ରାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ  ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୨୨ରେ କେନ୍ଦ୍ର ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ଧିମେଇ ଯାଇଥିବା ପ୍ରକଳ୍ପ କାମକୁ ତ୍ବରାନ୍ବିତ କରିବାକୁ କଣ ପଦକ୍ଷେପ ନେବେ ରେଳମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର । ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଫୋକସରେ ଦକ୍ଷିଣ ଓ ପଶ୍ଚିମ ଓଡିଶା । ରାୟଗଡା, କୋରାପୁଟ, ନବରଙ୍ଗପୁର ଗସ୍ତ ପରେ ୨୨ରେ ବଲାଙ୍ଗୀର ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି । ୨୮ ବର୍ଷ ହେବ ପ୍ରକଳ୍ପ କାମ ଶେଷ ହୋଇପାରିନଥିବାରୁ ନୂଆ ମନ୍ତ୍ରୀଙ୍କ ଠାରୁ ଅନେକ କିଛି ଆଶା ରଖାଯାଇଛି । ଧିମେଇ ଯାଇଥିବା କାମକୁ ତ୍ବରାନ୍ବିତ କରିବାକୁ କଣ ପଦକ୍ଷେପ ନେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତା ଉପରେ ସମସ୍ତଙ୍କ ନଜର । କେତେବେଳେ ଅନୁଦାନ କମ ତ ଆଉ କେତେବେଳେ ଜମି ଅଧିଗ୍ରହଣ ସମସ୍ୟାକୁ ନେଇ ଆଗେଇ ପାରୁନି ବଲାଙ୍ଗୀର ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ । ୨୮ ବର୍ଷରେ ବଲାଙ୍ଗୀରଠାରୁ ବିଛୁପାଲି ମାତ୍ର ୧୬ କିଲୋମିଟର ରେଳ ଗଡିଛି । ସେହିପରି ଖୋର୍ଦ୍ଧା ରୋଡରୁ ନୟାଗଡକୁ ମାତ୍ର ୬୫ କିଲୋମିଟର ରେଳ ଚଳାଚଳ କରୁଛି । ଆଗକୁ ସୋନପୁର ଓ ବୌଦ୍ଧ ଜିଲ୍ଲା ଯାଏ କାମ ତ୍ବରାନ୍ବିତ ପାଇଁ ଦାବି ହୋଇଥିଲେ ବି ଏଯାଏ ଆରମ୍ଭ ହୋଇପାରନି । ତେଣୁ ଓଡିଶାରୁ ରାଜ୍ଯସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ ରେଳ ବିଭାଗ ଦାୟିତ୍ବ ନେଇଥିବାରୁ ତାଙ୍କ ସମୟରେ ଅନେକ କିଛି ଆଶା ରଖିଛନ୍ତି ସହରବାସୀ ।

Leave A Reply

Your email address will not be published.