ଓଡ଼ିଶାରେ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୬୩୮ଜଣ ପଜିଟିଭ୍

0

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଦିନେ ଖସିଲେ ଆଉ ଦିନେ ବଢୁଛି । ଉପର ତଳ ହେଉଛି କରୋନା ଗ୍ରାଫ୍‌ । ପଜିଟିଭ୍‌ ହାର ୧.୧%କୁ ଖସି ଆସିଛି। କରୋନା ମୃତ୍ୟୁର ତାଲିକା କିନ୍ତୁ ଲମ୍ବି ଲମ୍ବି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୩୮ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୧୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୭ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୭୫୦ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬୦ ଜଣ, କଟକ ୫୭ ଜଣ, ଯାଜପୁରରୁ ୩୪ ଜଣ, ବାଲେଶ୍ବରରୁ ୨୩ ଜଣ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨୧ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦ ଜଣ, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୯ ଜଣ ଲେଖାଏଁ, ଅନୁଗୁଳରୁ ୧୬ ଜଣ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରୁ ୧୨ ଜଣ ଲେଖାଏଁ, ଦେବଗଡ଼ର ୧୧ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ନୟାଗଡ଼,ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ବରଗଡ଼ରୁ ୬ ଜଣ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ୩ ଜଣ, କନ୍ଧମାଳ, କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଜପତି ଓ କଳାହାଣ୍ଡି ଜିଲ୍ଳାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୭ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୨୫୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୯୨ ହଜାର ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୦୬୯୬୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.