ଓଡ଼ିଶାରେ୨୪ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୨୬୭ ପଜିଟିଭ

0

 

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ବିସ୍ଫୋରଣ ହେଲାଣି । ଦୈନିକ ବିପଜ୍ଜନକ ହାରରେ ମାଡ଼ିଚାଲିଛି । ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । ସବୁକିଛି ହାତରୁ ଖସିଯିବ । ସ୍ଥିତିର ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ରାଜ୍ୟରେ ୨୨୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୫୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

Leave A Reply

Your email address will not be published.