ସମ୍ବଲପୁର : ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡ଼ିଶା ମାଟିର କଳାକୃତୀ । ସମ୍ବଲପୁର ଓ ବରଗଡ଼ ମାଟିର ୮ ଜଣ ସୁଯୋଗ୍ୟ କଳାକାର ଏହି ସଫଳତା ହାସଲ କରିଛନ୍ତି । କଳାକାରଙ୍କ କୃତୀକୁ ରିଲ ଭିଡଓ ମାଧ୍ୟମରେ ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନୀ କରାଯିବ । ଇଣ୍ଡିଆନ୍ କନ୍ଟେମ୍ପୋରାରି ଆର୍ଟସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟରନ୍ୟାସନାଲ୍ଇ ଲ ଭର୍ଚୁଆଲ୍ ଆର୍ଟସ ସୋ’ ଆୟୋଜନ କରାଯାଇଥିଲା । ଯେଉଁଥିରେ ୭୨ ଜଣ କଳାକାରଙ୍କ କୃତୀକୁ ଚୟନ କରାଯାଇଛି । ଏଥି ମଧ୍ୟରୁ ସମ୍ବଲପୁରର ୭ ଜଣ ଓ ବରଗଡ଼ର ଜଣେ କଳାକାରଙ୍କ କୃତୀ ଏହି ସୋ’ ସ୍ଥାନ ପାଇଛି ।
ସମ୍ବଲପୁର ଚିତ୍ରଶିଳ୍ପୀ ସଞ୍ଜୟ ସାହୁଙ୍କ ‘ଡ୍ରିମ’, ମନୋଜ ଚୌଧୁରୀଙ୍କ ‘ଜିଙ୍ଗ ଅଫ୍ ଦି ରିଙ୍ଗ୍’, ମହେଶ ପାଣ୍ଡେଙ୍କ ‘ଅପନିଂ ସେଲିବ୍ରେସନ୍’, ପ୍ରେମଚାନ୍ଦ ରାଉତଙ୍କ ‘ଦି ହ୍ୱାଇଟ୍ସ ଅଫ୍ ଗ୍ଲୋରି’, ବନ୍ଦନା ମିଶ୍ରଙ୍କ ‘ଜମ୍ପସ୍ ଅଫ୍ ପ୍ରାଇଡ୍’, ସୁଜାତା ବେହେରାଙ୍କ ‘ଡାଇଭିଂ ଫୋର୍ ଗ୍ଲୋରି’, ଅନୁରେଖା ଜେନାଙ୍କ ‘ସ୍ପ୍ରାଇଣ୍ଟର’ ଏବଂ କୁଶ ଭୂୟାଁଙ୍କ ‘ମିଶନ୍-୨୧’ କଳାକୃତି ପ୍ରଦର୍ଶୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଛି । ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳ ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଇଣ୍ଟରନ୍ୟାସନାଲ ଭର୍ଚୁଆଲ୍ ଆର୍ଟସ ସୋ’ କୁ ଉଦଘାଟନ କରିଥିଲେ।