ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କଲେ ମହିଳା

0

ଭୁବନେଶ୍ବର : ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଷ୍ଟେସନ ନିକଟରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ GRP ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ,  ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ ଜଣେ ମହିଳା ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ସ୍ଥାନୀୟଲୋକଙ୍କ କହିବା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଆଖି ଆଗରେ ବ୍ରିଜ୍ ଉପରୁ ତଳକୁ ଡେଇଁପଡିଥିଲେ ।  ଆତ୍ମହତ୍ୟା କରିଥିବା ମହିଳାଙ୍କର ପରିଚୟ ମିଳିପାରିନାହିଁ । ସ୍ବାମୀ ପାଖରେ ଛିଡା ହୋଇଥିବା ବେଳେ ସ୍ବାମୀଙ୍କ ଆଖି ସାମ୍ନାରେ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ଘଟଣା ଘଟିବା ପରେ ଘଟଣାସ୍ଥଳ ଛାଡି ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ଦେଖି ଜିଆରପିକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।

Leave A Reply

Your email address will not be published.