ଓଭର୍‌ ବ୍ରିଜ୍‌ ଉପରେ ଜଳିଗଲା କାର

0

ଚେନ୍ନାଇ- ଚେନ୍ନାଇର ଏକ ଓଭର୍‌ ବ୍ରିଜ୍‌ ଉପରେ ଜଳିଗଲା କାର । କୌୟାମ୍ବେଡୁ ଫ୍ଲାଏ ଓଭର୍‌ ଉପରେ ଏହି କାର୍‌ଟି ହୁତ୍‌ହୁତ୍‌ ହୋଇ ଜଳିଯାଇଥିଲା । ଏହି କାର୍‌ର ପଛ ସିଟ୍‌ରେ ବସିଥିବା ଯାତ୍ରୀ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଯାତ୍ରୀ ଜଣଙ୍କ ଜଳିଯାଇଛନ୍ତି ।

 

ମାତ୍ର ଏଥିରେ କାବ୍‌ ଡ୍ରାଇଭର୍‌ ସୁନୀଲ୍‌ କୁମାର ୫୦ ପ୍ରତିଶତ ଜଳିଯାଇଥିବା ଜଣାପଡିଛି । କାର୍‌ ଭିତରେ ଜଳିଯାଇଥିବା ଯାତ୍ରୀଙ୍କନାମ ଅର୍ଜୁନନ୍‌ ବୋଲି ଜଣା ପଡିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତ ଅନୁସାରେ ଯାଉଥିବା ସମୟରେ କାର୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖିବା ପାଇଁ ପାଇଥିଲେ । ଏଥିରୁ ଧୂଆଁର ବାସ୍ନା ଆସୁଥିବା କଥା ସେ କହିଥିଲେ । ତୁରନ୍ତ ସେ କାର୍‌ଟି ରୋକିବା ସମୟରେ କାର୍‌ଟି ହୁତ୍‌ ହୁତ୍‌ ହୋଇ ଜଳି ଯାଇଥିଲା । ଏହି ସମୟରେ ଡ୍ରାଇଭର୍‌ ବାହାରି ଯାଇଥିବା ବେଳେ ଯାତ୍ରୀ ଜଣଙ୍କ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଏଥିରେ ସଫଳ ହୋଇପାରି ନଥିଲେ ।

 

ଡ୍ରାଇଭର୍‌ ଜଣଙ୍କ ଶରୀରର ୫୦ ପ୍ରତିଶତ ଜଳିଥିବା ବେଳେ ତାଙ୍କୁ ଗୁରୁତର ଅଭସ୍ଥାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ମାତ୍ର ଯାତ୍ରୀ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବିଭିନ୍ନ ଭିଜୁଆଲ୍‌ରେ କାର୍‌ଟି ହୁତ୍‌ ହୁତ୍‌ ହୋଇ ଜଳିଯାଉଥିବା ଦେଖିବା ପାଇଁ ମିଳିଥିଲା । ଯାତ୍ରୀ ଜଣଙ୍କ ବାହାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସିଟ୍‌ ବେଲ୍ଟ ପିନ୍ଧିଥିବାରୁ ବାହାରକୁ ବାହାରି ପାରି ନଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା

Leave A Reply

Your email address will not be published.