ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ହାଇକୋର୍ଟରୁ ଝଟ୍‌କା

0

କୋଲକାତା :  ଦିଦିଙ୍କୁ ଲାଗିଛି ଝଟ୍‌କା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରୁ ଲାଗିଛି ଝଟ୍‌କା । ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ମାମଲାରେ ତଦନ୍ତ କରିବା ସିବିଆଇ । କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନିର୍ବାଚନ ପରେ ହତ୍ୟା ଓ ଦୁଷ୍କର୍ମ ପରି ମାମଲା ବଢିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହିଂସା ଘଟଣାର ତଦନ୍ତ କରିବା ପାଇଁ  ଏକ ଏସଆଇଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି କମିଟିରେ ଜଣେ ପଶ୍ଚିମବଙ୍ଗ କ୍ୟାଡ଼ର ଅଧିକାରୀ ରହିବେ । କୋର୍ଟ ୬ ସପ୍ତାହ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ମାସ ତଳେ ପଶ୍ଚିମବଙ୍ଗର ନିର୍ବାଚନ ସରିଛି । ଏଥିରେ ମମତାଙ୍କ ଦଳ ଟିଏମ୍‌ସି ବିଜୟୀ ହୋଇଥିଲା । କିନ୍ତୁ ରାଜ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ପ୍ରତିଦିନ ରାଜ୍ୟର ଅନେକ ସ୍ଥାନରୁ ହିଂସାକାଣ୍ଡର ଖବର ଆସୁଥିଲା । ହତ୍ୟା ଓ ଦୁଷ୍କର୍ମ ପରି ମାମଲା ବଢିଚାଲିଲା । ଏହାପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଦଲଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଆଣି ସମୟରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା କାଣ୍ଡ ଘଟଣାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ  ଅନ୍ୟ ଅପରାଧୀଙ୍କ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠିତ କରାଯିବ। ତଦନ୍ତ କମିଟି ନିଜର ରିପୋର୍ଟ  ହାଇକୋର୍ଟରେ ଦାଖଲ କରିବେ ।

Leave A Reply

Your email address will not be published.