ପଦକ ଦୌଡ଼ରେ ମହିଳା ଗଲ୍ଫ ଖେଳାଳି ଅଦିତି

0

ଟୋକିଓ ୦: ଆଉ ଏକ ପଦକ ଆଶା । ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫ ଖେଳାଳି ଅଦିତି ଅଶୋକଙ୍କ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଦିତି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଯାହାଫଳରେ ଭାରତକୁ ଆଉ ପଦକ ମିଳିବାର ସମ୍ଭାବନା ଦେଖାଦେଇଛି । ସେ ଦ୍ୱିତୀୟ ରାଉଣ୍ଡରେ ୬୬ ସ୍କୋର କରିଥିଲେ । ଏଥିସହ ସେ ମୋଟ ୧୩୩ (-୯) ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଏକନମ୍ବର ମହିଳା ଗଲ୍ଫର ଆମେରିକାର ନିଲି କୋର୍ଡା ୧୨୯ (-୧୩) ସହ ଶୀର୍ଷ ସ୍ଥାନରେ ଥିବାବେଳେ ଡେନମାର୍କର ନାନା ମ୍ୟାଡସନ୍‌ ୧୩୩ (-୯) ଏବଂ ଏମିଲି କ୍ରିଷ୍ଟିନା ପେଡରସନ୍‌ ୧୩୩ (-୯) ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ଅନ୍ୟ ପ୍ରତିଯୋଗୀ ଦୀକ୍ଷା ଡଗର ୧୪୮ ସ୍କୋର ସହ ୫୩ତମ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟରେ ମୋଟ ୪ଟି ରାଉଣ୍ଡ ଅନୁଷ୍ଠିତ ହେବ । ଶନିବାର ଦିନ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ତୃତୀୟ ରାଉଣ୍ଡ ସକାଳ ୫.୪୮ ମିନିଟ୍‌ରେ ପରେ ଅନ୍ତିମ ରାଉଣ୍ଡ ଖେଳାଯିବ।

Leave A Reply

Your email address will not be published.