କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଭାଲିଆଡାଳ ଗାଁ ନିକଟ ଦେଉଳ ପାହାଡରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ଦୁର୍ବୃତ୍ତମାନେ ପାହାଡରେ ମୃତଦେହ ଫିଙ୍ଗିଚାଲିଥିବା ଅନୁମାନ କରାଯାଉଛି । ସକାଳେ ସ୍ଥାନୀୟ ଲୋକ ମଇଁଷି ଚରାଇବାକୁ ଜଙ୍ଗଲ ଭିତରକୁ ଯାଇଥିବା ସମୟରେ ଦେଉଳ ପାହାଡରେ ଏକ ଗଳିତ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ମୃତକଙ୍କ ପରିଚୟ ମିଳିପାରିନି, ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ମହୁଲଡ଼ିହା ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- The Ultimate Guide To Online Dating
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା