ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଗତକାଲି ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ ।
ତେବେ ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇ ପୁଲିସ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ନିକଟ ସମ୍ପର୍କୀୟଙ୍କୁ ମିଶାଇ ମାତ୍ର ୧୦୦ଜଣଙ୍କୁ ଶ୍ମଶାନ ଭିତରକୁ ଯିବାକୁ ଅନୁମତି ଦେଇଥିଲା।
ଶେହନାଜ ଗିଲଙ୍କ ସହ ରୀତା ଶୁକ୍ଲା ମଧ୍ୟ ଶ୍ମଶାନ ଘାଟରେ ପହଞ୍ଚିଥିଲେ। ଓଶିବାରା ଶ୍ମଶାନ ଘାଟରେ ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ହୋଇଛି। ବ୍ରହ୍ମକୁମାରୀ ସମାଜର ଦୁଇ ସଦସ୍ୟ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।
ତେବେ ସିଦ୍ଧାର୍ଥଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି। କିନ୍ତୁ ଡାକ୍ତର ସିଦ୍ଧାର୍ଥଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।