ଭୋଗରାଇ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶୈବ ପୀଠଗୁଡିକ ଚଳଚଞ୍ଚଳ ହେବା ପରିବର୍ତ୍ତେ କୋଭିଡ୍ କଟକଣା ଯୋଗୁଁ ଏହା ଫିକା ପଡିଛି । ତଥାପି କିଛି କାଉଡିଆଭକ୍ତିର ସହ ପାଣି ଉଠାଉଥିବା ଦେଖିବାକୁ ମିଳିଛି । ତେବେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଅଘଟଣ ଘଟିଛି । ପାଣି ଆଣିବାକୁ ଯାଇ ନିଖୋଜ ହେଲେ ନାବାଳକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ମାନପୁର ସ୍ଥିତ ସୁବର୍ଣ୍ଣରେଖା ନଦୀରେ ଘଟିଛି ଅଘଟଣ ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ମାନପୁର ସ୍ଥିତ ସୁବର୍ଣ୍ଣରେଖା ନଦୀରେ ସିଆଡି ଘାଟରୁ ନାବାଳକ ଜଣଙ୍କ ପାଣି ଆଣୁଥିଲେ ବେଳେ ଘଟିଛି ଅଘଟଣ । ଶ୍ରାବଣ ସୋମବାରର ଜଳାଭିଷେକ ପାଇଁ ନଦୀକୁ ପାଣି ଆଣିବାକୁ ଯାଇ ବୁଡ଼ ମାରିବାବେଳେ ଦୁଇ ଭାଇ ବୁଡି ଯାଇଥିଲେ । ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି ।ନିଖୋଜ ନାବାଳକ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛୀତ୍ର ଶୁଭମ ରଣା । ପରିବାରଲୋକ ଓ ଗ୍ରାମବାସୀ ମିଶି ଖୋଜାଖୋଜି କରିଥିବା ବେଳେ ନାବାଳଙ୍କର କୌଣସି ସନ୍ଧାନ ମିଳିନଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା