ପାଣିରେ ବୁଡ଼ି ୨୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ

0

ଜେନିଭା – ଗତ ୧ ଦଶକରେ ବୁଡ଼ି ଯାଇ ୨୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁର ପରିମାଣକୁ ଖୁଲାସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( WHO)। ୨୫ ଜୁଲାଇରେ ପାଳିତ ହେବାକୁ ଥିବା ପ୍ରଥମ World Drowning Prevention Day ର ପୂର୍ବରୁ , WHO ଶୁକ୍ରବାର ଜାରି କରିଥିବା ଏକ ବୟାନରେ କହିଛି କି ପ୍ରତି ବର୍ଷ ଅତି କମ୍‌ରେ ୨୩୬,୦୦୦ଜଣ ଲୋକଙ୍କ ବୁଡ଼ି ଯୋଗୁଁ ମୃତ୍ୟୁ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି, ବୁଡ଼ିଯିବା ଛୋଟ ପିଲା ଓ ୨୪ ବର୍ଷ ବୟସର ଯୁବାଙ୍କର ହେଉଥିବା ମୃତ୍ୟୁର ୧୦ ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ।

 

୯୦ ପ୍ରତିଶତରୁ ଅଧିକ ବୁଡ଼ିବା ଯୋଗୁଁ ହେଉଥିବା ମୃତ୍ୟୁ ନିମ୍ନ ଓ ମଧ୍ୟମ ଇନ୍‌କମ୍‌ ଥିବା ଦେଶରେ ନଦୀ , ହ୍ରଦ , କୁଅ ଓ ଘରୋଇ ଜଳ ଭଣ୍ଡାର ଆଦିରେ ହୋଇଥାଏ । ଡବ୍ଲୁଏଚ୍‌ଓ ଅନୁସାରେ ବୁଡ଼ିବାରେ ହେଉଥିବା ମୃତ୍ୟୁ ମଧ୍ୟରୁ ଅଧା ପଶ୍ଚିମ ପ୍ରଶାନ୍ତ ଓ ଦକ୍ଷିଣ – ପୂର୍ବ ଏସିଆ ଅଞ୍ଚଳ ରହିଛି ।

 

ପ୍ରତି ୧୦୦୦୦୦ ଜନସଂଖ୍ୟାରେ ବୁଡ଼ିବାରେ ହେଉଥିବା ମୃ୍ତ୍ୟୁ ହାର ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ସବୁଠୁ ଅଧିକ , ଏହାପରେ ଆଫ୍ରିକା ଅଞ୍ଚଳର ସ୍ଥାନ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ସାମାଜିକ ନିର୍ଦ୍ଧାରଣ ବିଭାଗର ନିର୍ଦ୍ଦେଶକ ଏଟିନେ କ୍ରୁଗ୍‌ କହିଛନ୍ତି କି, କିଏ ବି ବୁଡି ଯାଇପାରେ , ମୁଁ ବୁଡ଼ି ଯିବାରେ ହେଉଥିବା ଯନ୍ତ୍ରଣା ,କଷ୍ଟକୁ ଏଡ଼େଇବା ପାଇଁ ସରକାରୀ ଓ ତାଙ୍କର ସହଯୋଗୀଙ୍କ ଦ୍ୱାରା ଧ୍ୟାନ ବୃଦ୍ଧି କରିବା ଓ କାର୍ଯ୍ୟାନୁଷ୍ଠାନକୁ ଗତିଶୀଳ କରିବା ପାଇଁ ଏହି ପ୍ରଥମ World Drowning Prevention Dayର ଅବସରକୁ ସ୍ୱାଗତ କରୁଛି । ଯେଉଁଥିରେ ଏକ ବଡ଼ ସ୍ତରରେ ଏହି ମୃତ୍ୟୁ ହାରକୁ ରୋକା ଯାଇ ପାରିବ ।

 

World Drowning Prevention Dayଅବସରରେ WHO , ସହଯୋଗୀ ଦେଶଙ୍କ ସହ ୨୮ ଜୁଲାଇରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମର ଆୟୋଜନ କରିବ ।

Leave A Reply

Your email address will not be published.