ପାଣିରେ ବୁଡି ଭାଇ-ଭଉଣୀଙ୍କ ମୃତ୍ୟୁ

0

ପାଟନା : ଭାଇକୁ .ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲା ଭଉଣୀ । ଆଉ ଗଭୀର ନଦୀ ପାଣିରୁ ପାରିନଥିଲା ବାହାରି । ଶେଷରେ ପାଣିରେ ବୁଡି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ସୁରଜ ଯାଦବ ଓ ତାଙ୍କ ଭଉଣୀ ରାଧିକା କୁମାରି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ଅନୁଯାୟୀ, ବିହାର ଜିବି ନଗର ତରବାରା ଥାନା କର୍ଣ୍ଣପୁରା ଗାଁର ବାସିନ୍ଦା ରାମଦୟାଳ ଯାଦବଙ୍କ ପୁଅ ସୁରଜ ଯାଦବ ଓ ନିଜ ଦାଦାଙ୍କ ଝିଅ (ଭଉଣୀ)ଙ୍କ ସହିତ ଗାଁର କିଛି ସାଙ୍ଗମାନଙ୍କୁ ନେଇ ଡଙ୍ଗା ଯୋଗେ ବୁଲିବାକୁ ଯାଉଥିଲା । ହଠାତ୍‌ ଏହି ସମୟରେ ଡଙ୍ଗାଟି ଅଟକିଯାଇଥିଲା  । ସୁରଜ ପାଣିରୁ ଓହ୍ଲାଇ ଡଙ୍ଗା ମୁକାଳିବାକୁ ଉଦ୍ୟମ କରିଥିଲେ । ସୁରଜ ଡଙ୍ଗା ମୁକାଳିବା ପରିବର୍ତ୍ତେ ପାଣିରେ ବୁଡିଯାଇଥିଲେ । ଭାଇକୁ ବୁଡିବା ଦେଖି ଭଉଣୀ ପାଣିକୁ ଡେଇଁଥିଲେ । କିନ୍ତୁ ଉଭୟ ପାଣିରେ ବୁଡିଯାଇଥିଲେ ।

ସେପଟେ ଡଙ୍ଗାରେ ଥିବା ଅନ୍ୟ ୨ଜଣ ସାଙ୍ଗ କୌଶଳକ୍ରମେ ନିଜ ଜୀବନ ବଞ୍ଚାଇଥିଲେ । ଭାଇ-ଭଉଣୀଙ୍କ ମୃତ୍ୟୁ ଖବର ଶୁଣି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗାଁରେ ପୁରା ଦୁଃଖ ମାହୋଲ ସୃଷ୍ଟି ହୋଇଯାଇଛି । ପରିବାର ଲୋକ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି । ଘଟଣା ସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ୨ଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ନିଜଟସ୍ଥ ସରକାରୀ ମେଡିକାଲକୁ ପଠାଇଯାଇଛି ।

Leave A Reply

Your email address will not be published.