କରଞ୍ଜିଆ : ମହିଳା ଗ୍ରାମସାଥୀଙ୍କ ଗଳିତ ମୃତଦେହ ମିଳିବା ଘଟଣା ଉପରୁ ପରଦା ହଟାଇଛି କରଞ୍ଜିଆ ପୋଲିସ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ହାତିବାରୀ ଗାଁ କଲୋନୀ ସାହିରେ ଗତ ୧୯ ତାରିଖରେ ମାନିନୀ ନାଏକ ନାମ୍ନୀ ଜଣେ ମହିଳା ଗ୍ରାମସାଥୀଙ୍କ ଗଳିତ ମୃତଦେହ ମିଳିଥିଲା ।
ପରକୀୟା ପ୍ରୀତି ସନ୍ଦେହରେ ମାନିନୀଙ୍କୁ ତାଙ୍କ ସ୍ବାମୀ ହିଁ ଓଢଣୀ ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୁକ୍ତ ସ୍ବାମୀ ସ୍ବୀକାର କରିଛନ୍ତି । ତେବେ ହତ୍ୟାକାରୀ ସ୍ବାମୀ ବାଦଲ ନାଏକକୁ ଦୀର୍ଘ ୧୬ଦିନ ପରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ ।