ପାରିବାରିକ ଅଶାନ୍ତିରୁ କୂଅକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

0

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲାପାଙ୍ଗା ଗ୍ରାମରେ ଆଜି ଜଣେ ବିବାହିତା ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ପଛରେ ପାରିବାରିକ ଅଶାନ୍ତି ରହିଥିବା କୁହାଯାଉଛି ।

ସୂଚନା ମୁତାବିକ, ବେଲାପାଙ୍ଗାର ଜଉରା ପ୍ରଧାନଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ନିଜ ବାପ ଘରକୁ ଯିବା ସକାଶେ ସକାଳୁ ସକାଳୁ ଜିଦ୍ ଧରି ବସିଥିଲେ । କିନ୍ତୁ ବର୍ତ୍ତମାନ ଚାଷ ବାସ କାମ ଚାଲିଥିବା ସକାଶେ ସ୍ବାମୀ ଏଥିରେ ଅମଙ୍ଗ ହୋଇଥିଲେ ଓ ତଳି ଲଗା କାମ ସରିବା ପରେ ବୁଲାବୁଲି କରି ଆସିବା କହିଥିଲେ। ଏହି କଥାରେ ସ୍ତ୍ରୀ ସ୍ନେହଲତା ରାଗି ଯାଇ ସ୍ୱାମୀ ବିଲ କାମକୁ ବାହାରି ଯିବା ପରେ ଗ୍ରାମରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ ।

ଗ୍ରାମବାସୀ ସ୍ନେହଲତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେଥିରେ ସଫଳ ହୋଇ ନ ଥିଲେ । ପରେ ରାଇକିଆ ଅଗ୍ନିଶମ ବାହିନୀକୁ ଖବର ଦେବାରେ ରାଇକିଆ ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣା ସ୍ଥଳକୁ ଯାଇ ସ୍ନେହଲତାଙ୍କୁ କୂଅରୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନାକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.