ପରୀକ୍ଷା ଚାପରୁ ମୁକ୍ତି ପାଇବା ପାଇଁ ମନ୍ତ୍ର ଦେଇଛନ୍ତି ମୋଦୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚାର ପ୍ରଥମ ଭର୍ଚୁଆଲ୍‌ ସଂସ୍କରଣରେ ଦେଶର ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି । ପରୀକ୍ଷା ଚାପରୁ ମୁକ୍ତି ପାଇବା ପାଇଁ ସେ ମନ୍ତ୍ର ଦେଇଛନ୍ତି । ଏହାଛଡ଼ା ଅଭିଭାବକ ଏବଂ ଶିକ୍ଷକଙ୍କର କିଛି ପ୍ରଶ୍ନର ଉତ୍ତର ମଧ୍ୟ ସେ ରଖିଛନ୍ତି । ମୋଦୀ ଅଭିଭାବକଙ୍କୁ କହିଛନ୍ତି ଯେ, ସେମାନେ ଜିଉଁଥିବା ଜୀବନ ଭଳି ତାଙ୍କ ପିଲାଙ୍କର ଭବିଷ୍ୟତ ସେପରି ନହେଉ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ପରିକ୍ଷା ପେ ଚାର୍ଚ୍ଚା’ କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ସେ କହିଥିଲେ ଯେ, ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ପରେ ମୁଁ ପ୍ରଧାନମନ୍ତ୍ରୀ ହେଲି, ଏହି ସମୟରେ ମୁଁ ମଧ୍ୟ ଅନେକ ବହି ପଢ଼ୁଥିଲି । ଜୀବନରେ ବହୁତ କିଛି ଶିଖିବାକୁ ପଡିବ । ବହୁତ ଜିନିଷ ବୁଝିବାକୁ ପଡିବ । ତେଣୁ ମତେ କଠିନ ଲାଗୁଥିବା ଘଟଣାରୁ ମୁଁ ସକାଳ ଆରମ୍ଭ କରେ ଏବଂ ସର୍ବଦା କଠିନ ଜିନିଷରୁ ଆରମ୍ଭ କରିବାକୁ ପସନ୍ଦ କରେ । ଅଧିକାରୀମାନେ ମୋ ସମ୍ମୁଖକୁ କଷ୍ଟରୁ ଅତି କଷ୍ଟ କାମ ଆଣିଥାନ୍ତି । ସେମାନେ ଜାଣନ୍ତି ଯେ ମୋର ଭିନ୍ନ ମନୋବଳ ଅଛି । ତେଣୁ ମୁଁ କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ବାହାରି ଯାଇଥିଏ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଆପଣ ପରୀକ୍ଷାକୁ ଭୟ କରୁନାହାଁନ୍ତି, ଆପଣ ଅନ୍ୟ କାହାକୁ ଭୟ କରୁଛନ୍ତି ଏବଂ ତାହା କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଆପଣଙ୍କ ଚାରିପାଖରେ ଏକ ପରିବେଶ ସୃଷ୍ଟି ହୋଇଛି ଯେ ଏହି ପରୀକ୍ଷା ସବୁକିଛି, ଏହା ହେଉଛି ଜୀବନ । ପରୀକ୍ଷା ଜୀବନ ଗଠନ ପାଇଁ ଏକ ସୁଯୋଗ, ଏହାକୁ ଯେପରି କରାଯିବା ଉଚିତ୍ । ଆମେ ନିଜକୁ ପରୀକ୍ଷା କରିବା ପାଇଁ ସୁଯୋଗ ଖୋଜିବା ଜାରି ରଖିବା ଉଚିତ, ଯାହା ଦ୍ୱାରା ଆମେ ଭଲ କରିପାରିବା । ଆମେ ଥକି ଯିବା ଉଚିତ୍ ନୁହେଁ ।

ସେ ପରୀକ୍ଷା ଆମର ଗୋଟିଏ ମାନଦଣ୍ଡ ବୋଲି ଏହି ଭିଡିଓରେ କହିଛନ୍ତି । ଏହାର ଅର୍ଥ ହେଉଛି ନିଜକୁ କଡାକଡି ପ୍ରସ୍ତୁତ କରିବା । ପରୀକ୍ଷା କେତେବେଳେ ଶେଷ ସୁଯୋଗ ହୋଇନଥାଏ । ବରଂ, ଏକ ଭଲ ଜୀବନ ବଞ୍ଚିବା ପାଇଁ ଏବଂ ନିଜକୁ ସଠିକ୍‌ ବାଟରେ ନେବା ପାଇଁ ପରୀକ୍ଷା ହେଉଛି ଏକ ଉପଯୁକ୍ତ ସୁଯୋଗ । ”

Leave A Reply

Your email address will not be published.