ପର୍ଯ୍ୟଟକ ହୋଟେଲରେ ରହିଲେ ଦେବାକୁ ପଡିବ ୭୨ଘଣ୍ଟା ପୂର୍ବର କୋଭିଡ୍ ରିପୋର୍ଟ

0

ପୁରୀ : ପୁରୀକୁ ୫ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କର କୋଭିଡ୍ ଟେଷ୍ଟ ହେବା ବାଧ୍ୟତାମୂଳକ । ହୋଟେଲ୍ ଆସୋସିଏସନ ସହିତ କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

୫ଟି ରାଜ୍ୟ ହେଉଛି ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର । ଏହି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି ।

ଅନ୍ୟପଟେ ପର୍ଯ୍ୟଟକ ଟିକା ନେଇଥିଲେ କଟକଣା ଲାଗୁ ହେବନି ବୋଲି ସୂଚନା ମିଳିଛି । କଟକଣା ଅବମାନନା କରୁଥିବା ହୋଟେଲ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

Leave A Reply

Your email address will not be published.