ପତଳା ଓ ଗୋରା ନଥିଲେ ସ୍ତ୍ରୀ, ଛାଡ଼ି ଚାଲିଗଲେ ସ୍ୱାମୀ

0

ନୂଆଦିଲ୍ଲୀ  : ସୁନ୍ଦର, ସ୍ଲିମ୍ ଓ ଗୋରା ହୋଇନଥିବା କାରଣରୁ ଛାଡିଦେଲେ ସ୍ଵାମୀ। ନିଜ ସ୍ତ୍ରୀକୁ ସୁନ୍ଦରୀ ପ୍ରେମିକା ସହ ତୁଳନା କରି ଦେଉଥିଲେ ନିର୍ଯାତନା। ଏଭଳି ଘଟଣା ଘଟିଛି ଗୁଜୁରାଟର ଅହମଦାବାଦରେ। ଘାଟଲୋଦିଆ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୁଁ ମୋଟା, କଳା ଓ ଅସୁନ୍ଦର ହୋଇଥିବା କାରଣରୁ ମୋ ସ୍ଵାମୀ ମୋତେ ଛାଡିଦେଇଛନ୍ତି।

ଘାଟଲୋଦିଆ ଅଞ୍ଚଳର ଜଣେ ୨୩ ବର୍ଷୀୟ ମହିଳା ଶନିବାର ତାଙ୍କ ପତିଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କର ବିବାହ ୨୦୦୮ରେ ହୋଇଥିଲା। ହେଲେ ତାଙ୍କର ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ବିବାହର ମାତ୍ର ଏକ ମାସ ପରେ ତାଙ୍କ ସ୍ଵାମୀ ଓ ଶାଶୁ ଶ୍ଵଶୁର ଯୌତୁକ ଜନିତ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।

ମହିଳା ଜଣଙ୍କ ପୁଣି କହିଛନ୍ତି ଯେ, ସେ ମୋଟା, କଳା ଓ ଅସୁନ୍ଦର ହୋଇଥିବା କାରଣରୁ ତାଙ୍କ ସ୍ଵାମୀ ତାଙ୍କୁ ପସନ୍ଦ କରୁ ନାହାଁନ୍ତି। ତାଙ୍କ ସହ ମାରପିଟ୍ କରୁଛନ୍ତି। ତାଙ୍କ ସ୍ଵାମୀ ସର୍ବଦା ତାଙ୍କୁ ତାଙ୍କର ପ୍ରେମିକାଙ୍କ ସହ ତୁଳନା କରନ୍ତି। କେବଳ ସେତିକି ନୁହେଁ, ପୀଡିତା ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକ ଅଲକ୍ଷଣୀ ବୋଲି ମଧ୍ୟ କହୁଥିଲେ।

Leave A Reply

Your email address will not be published.